ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଅନୁଷ୍ଠିତ
ଧର୍ମଶାଳା = ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲଣ ଗ୍ରାମପଞ୍ଚାୟତ ସ୍ଥିତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ଆମ ଧର୍ମଶାଳାର ପ୍ରିୟ ବିଧାୟକ ମାନ୍ୟବର ଶ୍ରୀ ହିମାଂଶୁ ଶେଖର ସାହୁଙ୍କ ମାତା ଶ୍ରୀମତୀ ମିନତୀ ସାହୁ ଯୋଗଦାନ କରିଥିଲେ।କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ପରିଚୟ ନୁହେଁ, ବରଂ ଏହା ଶୃଙ୍ଖଳା, ଏକତା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ। ଏଭଳି କ୍ରୀଡ଼ା ଆୟୋଜନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଜାଗ୍ରତ କରିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହେବ।ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ୍ମାନଙ୍କୁ ସେ ତାଙ୍କର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ…*
