ସମାଜସେବୀ ତଥା ଯାଦବ ମୁରବୀ ଭଗବାନ ଦାସଙ୍କର ପରଲୋକ ।
ବାଲିକୁଦା- ବାଲିକୁଦା ବ୍ଲକ ମରିଚପୁର ପଞ୍ଚାୟତ ଧନୁହର ବେଲାରୀ ଗ୍ରାମରେ ଜନ୍ମିତ ପାରାଦୀପରେ ଅଧିଷ୍ଠିତ ସମାଜସେବୀ ତଥା ଯାଦବ ମୁରବୀ ଭଗବାନ ଦାସ(ଭୋଳା)ଙ୍କର ଗତକାଲି ପ୍ରାତ ୪.୩୦ମି ସମୟରେ ପାରାଦୀପ ପୋର୍ଟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ହୃଦଘାତରେ ବିୟୋଗ ଘଟିଛି । ତାଙ୍କର ମର ଶରୀରକୁ ପୈତୃକ ଗ୍ରାମ ଧନୁହର ବେଲାରୀକୁ ଅଣାଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା । ତାଙ୍କର ପୁତ୍ର ମନୋଜ ଦାସ ମୁଖାଗ୍ନି ଦେଇଥିଲେ । ଶ୍ମଶାନରେ ତାଙ୍କର ଦୁଇ ଭ୍ରାତା ନୀଳମଣି ଦାସ ଓ ଜନାର୍ଦ୍ଦନ ଦାସ, ଜ୍ୱାଇଁ ଅଗ୍ନିଶମ ଅଧିକାରୀ, ବଳରାମ ବେହେରା, ନିରଞ୍ଜନ ସ୍ୱାଇଁ, ନୀଳାଦ୍ରି ବିହାରୀ ଗୁରୁ ,ଝିଅ ମୋନାଲିସା, ମେନକା, ନାତୁଣୀ ଡାକ୍ତରୀ ଛାତ୍ରୀ ବିଶ୍ୱଜିତା, ନାତି ବୈଭବଜିତ୍,ଓମ, ବାଲିକୁଦା ବ୍ଲକ୍ ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ,ବାଲିକୁଦା ସରପଞ୍ଚ ରାଜ କିଶୋର ସାହୁ, ଶଳା କରୁଣାକର ଗାୟା, ଡ଼କ୍ଟର ସୁଶାନ୍ତ କାନୁନଗୋ (ସୁପ୍ରିମ୍ କୋର୍ଟ ଆଇନଯିବି) ସାହି ଭାଇ, ଆତ୍ମୀୟ ସ୍ୱଜନ, ବନ୍ଧୁ, ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଯାଦବ ମହାସଂଘ କର୍ମକର୍ତ୍ତା, ପ୍ରାକ୍ତନ ମନ୍ତ୍ରୀ ରଘୁନନ୍ଦନ ଦାସ, ପ୍ରାକ୍ତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର, ପ୍ରାକ୍ତନ ବିଧାୟକ ପ୍ରଶାନ୍ତ ମୁଦୁଲି, ସମାଜସେବୀ ଅମୀୟ ନାୟକ ପ୍ରମୁଖ ଶୋକ ବାର୍ତ୍ତା ପ୍ରଦାନ କରିଛନ୍ତି ।
