ଅଘୋର ଆଶ୍ରମରେ ନବରାତ୍ର ମହୋତ୍ସବ ଓ କନ୍ୟା ପୂଜନ
କୋଣାର୍କ – କୋଣାର୍କ କାକଟପୁର ରାସ୍ତାର ଜମରା ଗ୍ରାମ ହାତୀମଲା ଛକ ନିକଟରେ ଥିବା ଅଘୋର ଆଶ୍ରମ ପକ୍ଷରୁ ପବିତ୍ର ନବରାତ୍ର ମହୋତ୍ସବ ଓ କନ୍ୟା ପୁଜନ ନୀତି ପାଳନ ହୋଇଯାଇଛି। ଆଶ୍ରମ ପ୍ରତିଷ୍ଠାତା ବାବା ଚିନ୍ମୟ ରାମ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବ ୧୧ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ପୂର୍ଣ୍ଣାହୁତି ହୋଇଛି।

ଶେଷ ଦିବସରେ ପୂର୍ଣ୍ଣାହୁତି ଯଜ୍ଞ ସହ କନ୍ୟା ପୂଜନ ନୀତି ପାଳନ କରାଯାଇଥିଲା। କୁମାରୀ କନ୍ୟା ମାନଙ୍କୁ ଦେବୀ ରୂପରେ ସଜାଇ ସେମାନଙ୍କୁ ନୂତନ ବସ୍ତ୍ର ପରିଧାନ, ପୂଜାର୍ଚ୍ଚନା ସହ ପ୍ରସାଦ ସେବନ ଓ ଦାନ ଅର୍ପଣ କରାଯାଇଥିଲା। ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
