ଅବସର ଦିନରେ ଶିକ୍ଷୟିତ୍ରୀଙ୍କୁ ମିଳିଲା ଚୂଡ଼ାନ୍ତ ପେନ୍ସନ୍ ଆଦେଶ, ମାଥିଲି BEO କାର୍ଯ୍ୟାଳୟର ପ୍ରଶଂସନୀୟ ପଦକ୍ଷେପ
ମାଲକାନଗିରି ମାଥିଲି 🙁 )ସରକାରୀ ଚାକିରିରୁ ଅବସର ଦିନ ହିଁ ଚୂଡ଼ାନ୍ତ ପେନ୍ସନ୍ ଆଦେଶ ପାଇ ଖୁସିରେ ଅବସର ନେଲେ ଜଣେ ଶିକ୍ଷୟିତ୍ରୀ। ମାଥିଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏଭଳି ଅନୁକରଣୀୟ ଉଦାହରଣ ସୃଷ୍ଟି କରାଯାଇଛି।ମାଥିଲି ବ୍ଲକର ଶିକ୍ଷୟିତ୍ରୀ ଶ୍ରୀମତୀ ଚଞ୍ଚଳା ନାୟକ ୩୯ ବର୍ଷର ନିଷ୍ଠାପର ଓ ଗୌରବମୟ ଶିକ୍ଷକତା ଜୀବନ ପରେ ଆଜି ଅବସର ଗ୍ରହଣ କରିଛନ୍ତି। ଅବସର ଦିନରେ ହିଁ ତାଙ୍କୁ ଚୂଡ଼ାନ୍ତ ପେନ୍ସନ୍ ଆଦେଶ ପ୍ରଦାନ କରାଯାଇଛି, ଯାହାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।ମାଥିଲି BEO ଶ୍ରୀ ରମେଶ ବାରୋଇ ମାଥିଲି ସହ କାଲିମେଳା ବ୍ଲକର ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ସତ୍ତ୍ୱେ ଏହି ମହତ୍ କାର୍ଯ୍ୟକୁ ସମୟ ମଧ୍ୟରେ ସମ୍ପାଦନ କରିଛନ୍ତି। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହଯୋଗ ଓ ମାର୍ଗଦର୍ଶନ ପ୍ରଶଂସନୀୟ ବୋଲି ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି।ଅବସରକାଳୀନ ସମ୍ମାନ ସଭାରେ ABEO ଶ୍ରୀ ଚତୀଶ ଚନ୍ଦ୍ର ନାୟକ, ବରିଷ୍ଠ କିରାଣୀ ଶ୍ରୀ ଜଗବନ୍ଧୁ ବିମାରୀ, CRCC ବୃନ୍ଦ, ବରିଷ୍ଠ ଶିକ୍ଷକ ଶ୍ରୀ ଟି.ପି. ଦିଲୀପ ରାଜୁ ଓ ଶ୍ରୀ ହାସେନ ଖାନ୍ ଉପସ୍ଥିତ ରହି ଶ୍ରୀମତୀ ନାୟକଙ୍କ ଅବଦାନକୁ ସ୍ମରଣ କରିଥିଲେ।ଏହି ଅବସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (AUPTF) ମାଥିଲି ବ୍ଲକ ସଭାପତି ଶ୍ରୀ ଆର୍. ଭେଙ୍କଟ ରମଣ, ସମ୍ପାଦକ ନରେନ୍ଦ୍ର ନିଆଲ, ଉପସଭାପତି ସୁନୀଲ କୁମାର ଦାସ, ଯୁଗ୍ମ ସମ୍ପାଦକ ଗୋପବନ୍ଧୁ ବାଙ୍କିଆ, ଶ୍ରୀମତୀ ପ୍ରମିଳା କରଙ୍କ ସମେତ ସଦସ୍ୟମାନେ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିଥିଲେ।BEO ଶ୍ରୀ ବାରୋଇ ଓ ତାଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଏହି ସମୟୋଚିତ ଓ ମାନବିକ ପଦକ୍ଷେପକୁ ସଂଘ ପକ୍ଷରୁ ହୃଦୟରୁ ଧନ୍ୟବାଦ ଜଣାଯାଇଛି। ଏହା ଅନ୍ୟ କାର୍ଯ୍ୟାଳୟ ପାଇଁ ପ୍ରେରଣାଦାୟକ ହେବ ବୋଲି ମତ ପ୍ରକାଶ ପାଇଛି।
