ଏନ ଏଚ ଏ ଆଇ ପକ୍ଷରୁ ରଗଡି ଛକ ରେ ଆମ୍ବୁଲାନ୍ସ ବ୍ୟବସ୍ଥା
ଯାଜପୁର, ରଗଡି: ବିଭିନ୍ନ ସମୟରେ ଏନଏଚ ୨୦ ରେ ଘଟୁଥିବା ଦୁର୍ଘଟଣା ରେ ଆହତ ଙ୍କୁ ତୁରନ୍ତ ଡାକ୍ତରଖାନା ରେ ପହଂଚାଇବା ପାଇଁ ଏନ ଏଚ ଏ ଆଇ ପକ୍ଷରୁ କୋରେଇ ଥାନା ରଗଡି ଛକ ରେ ଏକ ଆମ୍ବୁଲାନ୍ସ ର ବ୍ୟବସ୍ଥା କରାଯାଇଛି | ୧୦୩୩ କୁ କଲ କଲେ ଏହି ସେବା ମିଳି ପାରିବ ବୋଲି ସୂଚନା ମିଳିଛି |୨୪ଘଣ୍ଟା ସେବା ଉପଲବ୍ଧ ହେବା ସହିତ ଏଥିପାଇଁ ତିନିଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଇଛି | ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢୁଥିବାରୁ ରଗଡି ଛକ ରେ ଆମ୍ବୁଲାନ୍ସ ରହିବାର ବ୍ୟବସ୍ଥା କରାଯିବାକୁ ବିଭିନ୍ନ ଗଣମାଧ୍ୟମରେ ବହୁବାର ଖବର ପ୍ରକାଶ ପାଇଥିଲା | ବହୁ ଦିନର ଦାବି ପୂରଣ ହୋଇଥିବାରୁ ଏନ ଏଚ ଏ ଆଇ କର୍ତ୍ତୃପକ୍ଷ ଙ୍କୁ ସାଧୁବାଦ ଦିଆଯାଇଛି |
