ଧର୍ମଶାଳାରେଡକାୟତି ଗ୍ୟାଙ୍ଗ୍ ଠାବ.୮ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଧର୍ମଶାଳା ପୋଲିସ

ଧର୍ମଶାଳାରେଡକାୟତି ଗ୍ୟାଙ୍ଗ୍ ଠାବ.୮ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଧର୍ମଶାଳା ପୋଲିସ ଧର୍ମଶାଳା-= ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କେସ୍ ନମ୍ବର ୪୧୧ ଆଧାରରେ ୧୦ ଅକ୍ଟୋବର ୨୦୨୬ ମାମଲାର ତଦନ୍ତ କରି ପୋଲିସ ଏହି ସଫଳତା ପାଇଥିବା ସୂଚନା ମିଳିଛି।?ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ଧରମବୀର କୁମାର ଓରଫ ପାସୱାନଙ୍କ ସମେତ ଭଦ୍ରକ ଜିଲ୍ଲାର କୁନା ଦାସ, ଭଜୁ ଦାସ, ଅଜୁ ଦାସ, ନାବା ଦାସ ଓ ରାମା ଓରଫ ପେଟୁ ଦାସ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାର ରାମକାନ୍ତ ସାହୁଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।?ପୋଲିସର ଜବତ ତାଲିକା ଅନୁଯାୟୀ, ଅଭିଯୁକ୍ତ ଧରମବୀର କୁମାରଙ୍କ ନିକଟରୁ ଗୋଟିଏ ୦୯ ଏମଏମ ଖେଳନା ପିସ୍ତଲ, ୫ଟି ନକଲି ଗୁଳି, ପିସ୍ତଲ ପାଉଚ୍, ପ୍ରାୟ ୭୦ ଗ୍ରାମ ରୂପା ଅଳଙ୍କାର ଓ ୮ ହଜାର ୫୦୦ ଟଙ୍କା ନଗଦ ଜବତ ହୋଇଛି। ଏଥିସହ ଗୋଟିଏ ପୋକୋ ସ୍ମାର୍ଟଫୋନ୍ ମଧ୍ୟ ଜବତ କରାଯାଇଛି।?ସେହିପରି ରାମା ଓରଫ ପେଟୁ ଦାସଙ୍କ ନିକଟରୁ ଗୋଟିଏ ଖେଳନା ରିଭଲଭର ଓ ୫ ହଜାର ଟଙ୍କା ଜବତ ହୋଇଥିବା ବେଳେ ରାମକାନ୍ତ ସାହୁଙ୍କ ନିକଟରୁ ୧୦୦ ଗ୍ରାମ ରୂପା ଅଳଙ୍କାର, ଡିଜିଟାଲ ଓଜନ ମେସିନ୍ ଓ ରୂପା ତରଳାଇବା ପାତ୍ର ଜବତ କରିଛି ପୋଲିସ।?ଏହାବ୍ୟତୀତ ଅନ୍ୟ ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଥିବା ପ୍ରେସ୍ ମିଟ୍ ସୂଚନାରୁ ଜଣାପଡ଼ିଛି।ତେବେ ଏହି ଗ୍ୟାଙ୍ଗ୍ ଆଉ କେଉଁ କେଉଁ ଅଞ୍ଚଳରେ ଚୋରି ଓ ଲୁଟ୍ ଘଟଣାରେ ସମ୍ପୃକ୍ତ ଅଛନ୍ତି, ଏବଂ ଏହି ଗ୍ୟାଙ୍ଗ୍‌ର ଅନ୍ୟ କେହି ସଦସ୍ୟ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି ବୋଲି ଯାଜପୁର ଏସଡିପିଓ ଶରତ ପାତ୍ର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *