ଢିଙ୍କିଆରେ ଗ୍ରାମୀଣ ଭିତ୍ତିଭୂମି ବିକାଶକୁ ଆଉ ଏକ ପଦକ୍ଷେପ
ଢିଙ୍କିଆରେ ଗ୍ରାମୀଣ ଭିତ୍ତିଭୂମି ବିକାଶକୁ ଆଉ ଏକ ପଦକ୍ଷେପ, ନୂତନ ରାସ୍ତା ନିର୍ମାଣ ପାଇଁ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ
ପାରାଦୀପ, ନଭେମ୍ବର ୬: ଗ୍ରାମୀଣ ଭିତ୍ତିଭୂମିର ବିକାଶ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଢିଙ୍କିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ଏକ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଏହି ପଦକ୍ଷେପ ଅଞ୍ଚଳର ସାମୁଦାୟିକ ବିକାଶ ଓ ଉନ୍ନତ ଗମନାଗମନ ବ୍ୟବସ୍ଥା ପ୍ରତି ସଂସ୍ଥାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ର ସଭାପତି ଶ୍ରୀ ଅନିଲ କୁମାର ସିଂହଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମୀଣ ବିକାଶ ଏବଂ ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ JSW ନିରନ୍ତର ପ୍ରୟାସର ଏକ ଅଂଶ।
୧୯୦ ମିଟର ଲମ୍ବ ଓ ୧୨ ଫୁଟ୍ ଚଉଡ଼ା ବିଶିଷ୍ଟ ଏହି କଂକ୍ରିଟ୍ ରାସ୍ତାଟି ଶ୍ରୀ ବଂଶୀଧର ଭୋଳଙ୍କ ଘରଠାରୁ ଗ୍ରାମର ନଦୀକୂଳ ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ କରିବ। ଏହା ସ୍ଥାନୀୟ ଗ୍ରାମବାସୀଙ୍କ ଦୀର୍ଘଦିନର ଏକ ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବ। ବର୍ଷ ବର୍ଷ ଧରି ବିଶେଷକରି ବର୍ଷା ଋତୁରେ ଜଳବନ୍ଦୀ ଓ କାଦୁଆ ରାସ୍ତା ଯୋଗୁଁ ଗ୍ରାମବାସୀମାନେ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ଦୈନନ୍ଦିନ ଜୀବନ ଓ କାର୍ଯ୍ୟକଳାପକୁ ମଧ୍ୟ ପ୍ରଭାବିତ କରୁଥିଲା।ନୂତନ କଂକ୍ରିଟ୍ ରାସ୍ତା ନିର୍ମାଣ ହେବା ଦ୍ୱାରା ବର୍ଷସାରା ଯାତାୟାତ ସୁବିଧାଜନକ ହେବା ସହ ଗ୍ରାମବାସୀଙ୍କ ପାଇଁ ନିରାପଦ ଓ ସୁଗମ ଗମନାଗମନ ସୁନିଶ୍ଚିତ ହୋଇପାରିବ। ଏହାଦ୍ୱାରା ଛାତ୍ରଛାତ୍ରୀ, ଚାଷୀ, ବୟସ୍କ ବ୍ୟକ୍ତି ଏବଂ ଜରୁରୀକାଳୀନ ସେବାର ଯାତାୟାତ ମଧ୍ୟ ଅଧିକ ସହଜ ହେବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପକୁ ଗ୍ରାମବାସୀମାନେ ସ୍ୱାଗତ କରିଛନ୍ତି।
ଏହି ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅଞ୍ଚଳରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜାରି ରହିଥିବା ସମାଜ ବିକାଶମୂଳକ କାର୍ଯ୍ୟକ୍ରମରେ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ସ୍ଥାନୀୟ ଜନସାଧାରଣ ଓ ଗ୍ରାମସ୍ତରୀୟ ସଂସ୍ଥାଗୁଡ଼ିକ ସହ ନିରନ୍ତର ସମନ୍ୱୟ ରକ୍ଷା କରି ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଗମନାଗମନରେ ଉନ୍ନତି ଆଣିବା ଏବଂ ଅଞ୍ଚଳବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ଦିଗରେ JSW ପ୍ରତିବଦ୍ଧ ରହିଛନ୍ତି।
ଏହି ଶିଳାନ୍ୟାସ ସମାରୋହରେ JSW ଉତ୍କଳ ଷ୍ଟିଲ୍, ପାରାଦୀପର ଉପସଭାପତି ଶ୍ରୀ ମନୋଜ ସିଂହ, ଆସୋସିଏଟ୍ ଉପସଭାପତି ଶ୍ରୀ ସମରେନ୍ଦୁ ପଟ୍ଟନାୟକ ଏବଂ JSW ଫାଉଣ୍ଡେସନ୍, ପାରାଦୀପର CSR ମୁଖ୍ୟ ଶ୍ରୀ ଅଭିଜିତ ମହାନ୍ତି ଉପସ୍ଥିତ ଥିଲେ।ଏହି ଅବସରରେ ଧିଙ୍କିଆ ଗ୍ରାମର ପ୍ରମୁଖ ସାମାଜିକ ପ୍ରତିନିଧି ଓ ସ୍ଥାନୀୟ ନେତୃବୃନ୍ଦଙ୍କ ମଧ୍ୟରେ ଢିଙ୍କିଆ ଗ୍ରାମ କମିଟିର ସଭାପତି ଶ୍ରୀ ମୁରଲୀଧର ସାହୁ, ଢିଙ୍କିଆ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ଶ୍ରୀ ଅନିଲ ଭୋଳ, ଶ୍ରୀ ଅନନ୍ତ ସ୍ୱାଇଁ ଓ ଶ୍ରୀ ବସନ୍ତ ଗୋଚ୍ଛାୟତଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ମଧ୍ୟ ଯୋଗଦେଇଥିଲେ।
