ପୁରୀ ପୋଲିସର ନଭେମ୍ବର–୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ

ପୁରୀ ପୋଲିସର ନଭେମ୍ବର–୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ: ଗୁଣାତ୍ମକ ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱପୁରୀ ପୋଲିସ ପକ୍ଷରୁ ନଭେମ୍ବର–୨୦୨୬ ମାସର ମାସିକ ଅପରାଧ ସମୀକ୍ଷା ବୈଠକ ଆଜି ତା. ୦୬.୧୧.୨୦୨୬ ରିଖରେ ଟାଉନ୍ ଥାନାର ପ୍ରଥମ ମହଲାସ୍ଥିତ କନଫରେନ୍ସ ହଲ୍‌ରେ ଏସ୍‌ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍‌ପି, ସମସ୍ତ SDPO, ଥାନା ଅଧିକାରୀ, ଡେପୁଟି ଡାଇରେକ୍ଟର ଶ୍ରୀ ବୃନ୍ଦାବନ ନାୟକ, ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ଦିଲୀପ କୁମାର ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ।ବୈଠକରେ ଜିଲ୍ଲାର ଅପରାଧ ପରିସ୍ଥିତି, ଥାନାୱାରୀ କାର୍ଯ୍ୟଦକ୍ଷତା ଓ ତଦନ୍ତାଧୀନ ମାମଲାଗୁଡ଼ିକର ସମୀକ୍ଷା ସହ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା।୧. ମାସରେ ପଞ୍ଜୀକୃତ ଗୁରୁତ୍ୱପୂର୍ଣ୍ଣ ମାମଲା ଓ ତଦନ୍ତର ଅଗ୍ରଗତିର ସମୀକ୍ଷା।୨. ଦଫାଯୋଗ୍ୟ ଅପରାଧର ତୁରନ୍ତ ପଞ୍ଜୀକରଣ ଓ ଗୁରୁତ୍ୱପୂର୍ଣ୍ଣ GD ଏଣ୍ଟ୍ରିଗୁଡ଼ିକର ଅନୁପାଳନ।୩. ବିଚାରାଧୀନ ଅଭିଯୋଗ ଓ ପିଟିସନ୍‌ଗୁଡ଼ିକର ତ୍ୱରିତ ଫଇସଲା।୪. CCTNS ପାରାମିଟର ଓ ଥାନାଗୁଡ଼ିକର ସାମଗ୍ରିକ କାର୍ଯ୍ୟଦକ୍ଷତାର ଉନ୍ନତି।୫. ମହିଳାଙ୍କ ବିରୋଧରେ ଅପରାଧ ସମ୍ପର୍କିତ ମାମଲାର ତ୍ୱରିତ ଓ ଗୁଣାତ୍ମକ ତଦନ୍ତ ଏବଂ ସମୟସୀମା ମଧ୍ୟରେ ଚାର୍ଜଶିଟ୍ ଦାଖଲ।

୬. ପାସପୋର୍ଟ ଓ ଅନ୍ୟାନ୍ୟ ଚରିତ୍ର ଯାଞ୍ଚ ସମ୍ପର୍କିତ ବିଚାରାଧୀନ ମାମଲାର ତ୍ୱରିତ ଫଇସଲା।୭. ଗୁଣାତ୍ମକ ଓ ଆଇନସମ୍ମତ ତଦନ୍ତ ତଥା ନ୍ୟାୟାଳୟରେ ମାମଲାର ଫଳପ୍ରଦ ଉପସ୍ଥାପନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଡେପୁଟି ଡାଇରେକ୍ଟର ଶ୍ରୀ ବୃନ୍ଦାବନ ନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ଦିଲୀପ କୁମାର ସିଂ ତଦନ୍ତର ବିଭିନ୍ନ ଦିଗ, ଆଇନଗତ ତ୍ରୁଟିର ନିରାକରଣ, ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଓ ଅଭିଯୋଗ ପକ୍ଷକୁ ସୁଦୃଢ଼ କରିବା ସମ୍ପର୍କରେ ସମସ୍ତ IICଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ।୮. ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଆଗେଇ ନେବା ସହ ନିଶାଦ୍ରବ୍ୟର ଅବୈଧ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମିତ ଚଢ଼ାଉ ଓ ଗୁଇନ୍ଦା ସୂଚନା ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରି ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାକୁ ସମସ୍ତ IICଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।୯. ଆଗାମୀ ପର୍ବପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆଇନଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା ଓ ଅପରାଧ ନିୟନ୍ତ୍ରଣ ନିମନ୍ତେ ଆଗୁଆ ପ୍ରସ୍ତୁତି ଓ ଉପଯୁକ୍ତ ସମନ୍ୱୟ ରଖିବାକୁ କୁହାଯାଇଥିଲା।ଏସ୍‌ପି ପୁରୀ ଶ୍ରୀ ପ୍ରତୀକ ସିଂ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱବୋଧ, ନିଷ୍ଠା ଓ ଟିମ୍‌ୱର୍କ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ଅପରାଧ ନିୟନ୍ତ୍ରଣ, ଗୁଣାତ୍ମକ ତଦନ୍ତ, ନିଶାମୁକ୍ତ ସମାଜ ଗଠନ ଓ ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *