ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ

ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାଧାରଣ ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କ ଯାତ୍ରା ଅନୁଭୂତି ବିଷୟରେ ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା।ପରିଦର୍ଶନ ସମୟରେ ରେଳମନ୍ତ୍ରୀ ଯୁବକ, ମହିଳା, ଶିଶୁ ଓ ଅନ୍ୟ ଯାତ୍ରୀମାନଙ୍କ ସହ ଆତ୍ମୀୟତାର ସହ ମିଶିଥିଲେ। ଭାରତୀୟ ରେଳ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ଓ ସେବା ସମ୍ପର୍କରେ ସେମାନଙ୍କ ମତାମତ ନେଇଥିଲେ।ଆଲୋଚନା ସମୟରେ ଅଧିକାଂଶ ଯାତ୍ରୀ ରେଳ ସୁବିଧାରେ ନିରନ୍ତର ଉନ୍ନତି ଓ ଆଧୁନିକୀକରଣ ପାଇଁ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ମନ୍ତ୍ରୀ ଯୁବକମାନଙ୍କ ପିଠି ଥାପୁଡ଼ାଇ ଉତ୍ସାହିତ କରିଥିବାବେଳେ ପିଲାମାନଙ୍କ ସହ ସ୍ନେହରେ ହାତ ମିଳାଇଥିଲେ। ଯାତ୍ରୀଙ୍କ ସହ ଏହି ସିଧାସଳଖ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରେଳବାଇର ବର୍ତ୍ତମାନ ବ୍ୟବସ୍ଥା ଓ ଯୋଗାଇ ଦିଆଯାଉଥିବା ସୁବିଧାଗୁଡ଼ିକ ତୃଣମୂଳ ସ୍ତରରେ କେତେ ପ୍ରଭାବଶାଳୀ ହେଉଛି, ସେ ସମ୍ପର୍କରେ ସିଧାସଳଖ ମତାମତ ସଂଗ୍ରହ କରିବା।ପରିଦର୍ଶନ ସମୟରେ ରେଳମନ୍ତ୍ରୀ ଜଣେ ସାଧାରଣ ନାଗରିକଙ୍କ ପରି ଲୋକଙ୍କ ସହ ମିଶିଥିଲେ। ଷ୍ଟେସନରେ ଥିବା ଏକ ଚା’ ଦୋକାନକୁ ଯାଇ ଚା’ ପିଇବା ସହ ୟୁପିଆଇ ମାଧ୍ୟମରେ ଟଙ୍କା ପୈଠ କରି ଡିଜିଟାଲ ଇଣ୍ଡିଆର ବାର୍ତ୍ତା ଦେଇଥିଲେ। ସାଧାରଣ ଲୋକଙ୍କ ସହ ରେଳମନ୍ତ୍ରୀ ଏପରି ସହଜ ଭାବେ ମିଳାମିଶା କରିବା ଷ୍ଟେସନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Leave a Reply

Your email address will not be published. Required fields are marked *