ମାଳତୀପାଟପୁରଠାରେ ପୁରୀ ପୋଲିସ ପକ୍ଷରୁ ହେଲମେଟ୍ ବଣ୍ଟନ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପ୍ରେସ୍ ବିଜ୍ଞପ୍ତିମାଳତୀପାଟପୁରଠାରେ ପୁରୀ ପୋଲିସ ପକ୍ଷରୁ ହେଲମେଟ୍ ବଣ୍ଟନ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ l ସଡ଼କ ଦୁର୍ଘଟଣା ରୋକିବା ଏବଂ ଦୁଇଚକିଆ ଯାନ ଚାଳକଙ୍କ ମଧ୍ୟରେ ହେଲମେଟ୍ ବ୍ୟବହାରର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମାଳତୀପାଟପୁରଠାରେ ପୁରୀ ପୋଲିସ ପକ୍ଷରୁ ହେଲମେଟ୍ ବଣ୍ଟନ କରାଯାଇଥିଲା।

ଏହି ଅବସରରେ ଦୁଇଚକିଆ ଯାନ ଚାଳକମାନଙ୍କୁ ହେଲମେଟ୍ ପିନ୍ଧି ଯାତ୍ରା କରିବା, ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ନିଜ ସହ ଅନ୍ୟମାନଙ୍କ ଜୀବନର ସୁରକ୍ଷା ପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା।ହେଲମେଟ୍ ପିନ୍ଧନ୍ତୁ, ଜୀବନ ବଞ୍ଚାନ୍ତୁ।ପୁରୀ ପୋଲିସ – ଆପଣଙ୍କ ସୁରକ୍ଷା, ଆମର ପ୍ରାଥମିକତା।
