ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ ।ଉନ୍ନୟନ କାର୍ଯ୍ଯର ତଦାରଖ ଏବଂ ସମୀକ୍ଷା
ହିଞ୍ଜିଳିକାଟୁ ୭।୫ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସିଛନ୍ତି ।ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରାର ଅନ୍ତିମ ଦିବସ ଶନିବାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ହିଞ୍ଜିଳିକାଟୁ ରାଜବାଟି ସ୍ଥିତ ମନ୍ଦିର ରେ ପହଞ୍ଚି ଠାକୁରଙ୍କୁ ପ୍ରଥମେ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ହିଞ୍ଜିଳିକାଟୁ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରାତ୍ରୀ ଯାପନ କରିଥିଲେ। ରବିବାର ସକାଳ ୬ ଘଣ୍ଟା ସମୟରେ ଗଜ୍ଞାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶ୍ୟାମଳାଈ ମନ୍ଦିର ରେ ପହଞ୍ଚି ମାଁ ଶ୍ୟାମଳାଈ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା , ସେଠାରେ ଉପସ୍ଥିତ ଟ୍ରଷ୍ଟବୋର୍ଡର ସଭାପତି ଓ ସଦସ୍ୟ ଙ୍କ ସହିତ ମନ୍ଦିରର ଉନ୍ନତୀକରଣ ସଂପର୍କରେ ଆଲୋଚନା କରିଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶେରଗଡ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଅଲାରିଗଡ ସ୍ଥିତ ଜଗନ୍ନାଥ ମନ୍ଦିର ସଭାପତି ଓ କମିଟି ସହ ଆଲୋଚନା କରିଥିଲେ। ପରେ ପରେ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ ଅଭିଭାବକ ଓ ପରିଚାଳନା କମିଟି ସହ ଆଲୋଚନା କରି ବିଦ୍ୟାଳୟରେ ନୁତନ ଭାବେ ଖୋଲାଯାଇଥିବାରେ ସମୀକ୍ଷା ବୈଠକ ଯୋଗଦେଇ ମୂଖ୍ୟମନ୍ତ୍ରୀ ଙ୍କ ସ୍ବଚ୍ଛତା ଉପରେ ପରାମର୍ଶ ଦେଇଥିଲେ। ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ କଚୁଂରୁ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ସହ କଞ୍ଚୁରୁ ପୋଖରି ଉନ୍ନତି କରଣ କାର୍ଯ୍ୟ ତଦାରଖ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଆଲୋଚନା କରି, ଖମ୍ବେୟା ଦୋରା କଲେଜ ର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ, ସେଠାରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ ଓ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ୪ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଅଧିନରେ ରୂପାନ୍ତରିତ ଆମ ହସ୍ପିଟାଲ ମିଶନ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ଉପରେ ଆଲୋଚନା କରିଥିଲେ। ଚିକିତ୍ସାଳୟର ମୁଖ୍ୟ ଫାଟକ, ଶୌଚାଳୟ, ପରିଶ୍ରାଗାର, ଯାନବାହାନ ପାର୍କିଂ, ମିଶନଶକ୍ତି କେଫ ରେ କେଣ୍ଟିନ, କମ୍ପାଉଣ୍ଡ ୱାଲ ର କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସେଠାରୁ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ଶିଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଵୟଂସାସିତ ବିଜ୍ଞାନ ମହାବିଦ୍ୟାଳୟ ହିଞ୍ଜିଳିକାଟୁ ପରିଦର୍ଶନ କରି ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରି ଆବଶ୍ୟକତା ପଚାରି ବୁଝିଥିଲେ। ୩ଘଣ୍ଟା ସମୟରେ ହିଞ୍ଜିଳିକାଟୁ ପୌରପରିଷଦ ଆହାରକେନ୍ଦ୍ର ଆଗରେ ଥିବା ମିଶନଶକ୍ତି କେଫ ରେ ପହଞ୍ଚି ମହିଳା ଗୋଷ୍ଠୀର ସଦସ୍ୟ ଙ୍କ ଜୀବିକା ବିଷୟରେ ପଚାରିଥିଲେ । କାଫେର ପରିଚ୍ଛନ୍ନତା ଓ ଖାଦ୍ୟର ମାନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଆଙ୍କୋରଡା ଗ୍ରାମର ଆଦର୍ଶ ପୋଖରୀ ବୁଲି ଦେଖିବା , ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତଥା ଖରିଡା ଗ୍ରାମର ପ୍ରସିଦ୍ଧ ମାଁ କରେଈଶୁଣି ମନ୍ଦିର ରେ ମାଁ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସେଠାରେ ମନ୍ଦିର କମିଟୀ ସହ ମନ୍ଦିର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ। ସେଠାରୁ ଶାସନ ଆମ୍ଵଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ, ବାଳକୃଷ୍ଣପୂର ,ଗଣ୍ଡଳା ପରେ ସାହାପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଙ୍କ ସହ ଗ୍ରାମବାସୀ ମାନେ ବିଭିନ୍ନ ଅଞ୍ଚଳର ଉନ୍ନତି ଉପରେ ଆଲୋଚନା କରିଥିଲେ। ସଠାରୁ ଭୁବନେଶ୍ୱର ଫେରିଥିଲେ
ଆଜିର ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର (ରାଜସ୍ୱ ) ପ୍ରିୟ ରଞ୍ଜନ ପୃଷ୍ଟି ,ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା,ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା, ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର , ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା, ପୌରପରିଷଦ ର ସମସ୍ତ କାଉନସିଲର, ହିଞ୍ଜିଳିକାଟୁ ବ୍ଲକର ସମସ୍ତ ସରପଞ୍ଚ ,ସମିତିସଭ୍ୟା /ସଭ୍ୟ ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ଯା, ଅଧ୍ୟକ୍ଷା ସରସ୍ୱତୀ ସେଠୀ ଙ୍କ ସମସ୍ତ ବରିଷ୍ଠ ବିଜେଡି ନେତାଙ୍କ ସମତେ ହିଞ୍ଜିଳି ବ୍ଳକ ଓ ପୌରପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ
