ତୋତରୀ ସରକାରଙ୍କ ପ୍ରତିନିଧି ମଣ୍ଡଳୀଙ୍କ ଚନ୍ଦ୍ରଶେଖର ଏକାଡେମୀ ପରିଦର୍ଶନ
ପୁରୀ: ଜାପାନ ତୋତରୀ ସରକାରଙ୍କ ପକ୍ଷରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏକ ପ୍ରତିନିଧି ମଣ୍ଡଳୀର ୮ ସଦସ୍ୟ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀ ପରିଭ୍ରମଣ ଆସିଥିଲେ। ଏହି ଅବସରରେ ପୁରୀ- କୋଣାର୍କ ମେରାଇନ ଡ୍ରାଇଭ୍ ରୋଡରେ ଥିବା ଚନ୍ଦ୍ରଶେଖର ଏକାଡ଼େମୀକୁ ଗସ୍ତ କରିଥିଲେ ଟିମ୍। ଏକାଡେମୀ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରିବା ସହ ଦୁଇ ଦେଶର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାର ଆଦାନ ପ୍ରଦାନ ହୋଇଥିଲା। ସେହିଭଳି ଉଭୟ ଦେଶରେ କଳା ଓ ସଂସୁତିକୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଫ୍ରେଣ୍ଡସିପ ସମ୍ପର୍କ କୁ ନେଇ ମୂଳଦୂଆ ଆରମ୍ଭ ହୋଇଛି।

ଏକାଡ଼େମୀରେ ଅଧ୍ୟୟନ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଜାପାନ ଭାଷା ଶିକ୍ଷାର ସୁଯୋଗ ରହିଛି। ଯାହାଦ୍ଵାରା ପିଲା ମନେ ଜାପାନ ଭାଷା ଓ ଆଇଟି ରେ କୃତକାର୍ଯ୍ୟ ହେବା ପରେ ଜପାନ ରେ ନିଯୁକ୍ତି ସହଜ ହୋଇପାରିବ। ପୂର୍ବରୁ ଉକ୍ତ ଏକାଡେମୀରୁ ୪୦ ଛାତ୍ର ଜପାନର ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଆତ୍ମ ନିର୍ଭରସିଳ ହୋଇ ପାରିଛନ୍ତି। ଓଡ଼ିଶା ସହ ତୋତରି ସରକାରଙ୍କ ସହ ଏମ୍ଏୟୁ ହେଇଯାଇଛି। ଆଗକୁ ଦୁଇ ଦେଶ ମଧ୍ୟରେ ଫ୍ରେଣ୍ଡସିପ ସହ କଳା, ଶିକ୍ଷା, ସଂସ୍କୁତି, ପଯ୍ୟଟନ ଓ ବାଣିଜ୍ୟର ବିକାଶ ହୋଇପାରିବ ବୋଲି ଇଣ୍ଡିଆ – ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ ସୂଚନା ଦେଇଛ ନ୍ତି।
