ମାସ୍ ଆଉଟରିଚ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କୋଣାର୍କ,୧୫.୧୧– ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷରେ ଭୁବନେଶ୍ଵରରେ ପ୍ରକାଶିତ ମାସିକ ଇଂରାଜୀ ପତ୍ରିକା “ମାସ୍ ଆଉଟରିଚ” ପକ୍ଷରୁ ଜାତୀୟ ପ୍ରେସ ଦିବସ ପରିପ୍ରେକ୍ଷୀରେ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାସ୍ ଆଉଟରିଚ ସଂପାଦକ ମୀର ଅହମ୍ମଦ ଅଲ୍ଲୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ପ୍ରେସ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ରବି ଦାସ, ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଭବାନୀ ଶଙ୍କର ମହାପାତ୍ର, ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଶ୍ବ ଭୂଷଣ ଦାସ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତୀ ବାଳା ମଲ୍ଲିକ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ସାଧାରଣ ଜନତାଙ୍କ ସ୍ବର ଗଣମାଧ୍ୟମ ନିଜର ନିରପେକ୍ଷତା ଓ ବାକ ସ୍ବାଧୀନତା କୁ ସଶକ୍ତ ଓ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେସ କମିଶନ ଗଠନ କରିବାର ଆବଶ୍ୟକତା ରହିଛି। ଗଣମାଧ୍ୟମ ନିରପେକ୍ଷତା ଭାବେ ଖବର ପରିବେଷଣ କରି ସାଧାରଣ ଜନତାଙ୍କ ସ୍ବର ହେବା ପାଇଁ ନିରପେକ୍ଷତା ବଜାୟ ରଖିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଖବର ପରିବେଷଣ କରିବା ପାଇଁ ସ୍ବତନ୍ତ୍ରତା ପ୍ରଦାନ କରିବା ଅପରିହାର୍ଯ୍ୟ। ବର୍ତ୍ତମାନ ସମୟରେ ଗଣମାଧ୍ୟମ ନିରପେକ୍ଷ ବଜାୟ ରଖିବା ବଦଳରେ ଜନତାଙ୍କ ସ୍ବର କୁ ଶାଣିତ କରିବା ଦିଗରେ ସମ୍ବାଦ ସରବରାହ ସଂସ୍ଥା ମାନଙ୍କ ଚାପର ବଶବର୍ତ୍ତୀ ହୋଇ ନିରପେକ୍ଷତା ଆସ୍ତେ ଆସ୍ତେ ହ୍ରାସ ପାଉଛି ବୋଲି ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ରବି ଦାସ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରେଡ଼ିଓ ନମସ୍କାର ଅଧକ୍ଷ ସାହା ଅନସାରୀ ଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼, ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ, ସଂଜୟ ପତି, ଭାଗିରଥୀ ସ୍ବାଇଁ, ଜ୍ୟୋତିରାଜ ମହାନ୍ତି, ସ୍ବାଧୀନ ନାୟକ, ଧନଞ୍ଜୟ ବେହେରା, ଅକ୍ଷୟ ବେହେରା, ମାନସ ଖଣ୍ଡୁଆଳ, ବିପିନ ଦାସ, ସନ୍ତୋଷ ଦାଶ, ଭାଗବତ ସ୍ବାଇଁ, ସଙ୍କର ଦାସଙ୍କ ସମେତ ରାଜ୍ୟର ଅନେକ ସଫଳ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର, ପୁରୀ ଓ କୋଣାର୍କ ସମେତ ବିଭିନ୍ନ ସ୍ଥାନରୁ ୧୦୦ ଉର୍ଦ୍ଧ୍ବ କାଯ୍ୟରତ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ସୁଶାନ୍ତ କୁମାର ମଲ୍ଲିକ, ପ୍ରିୟଙ୍କା ମହାନ୍ତି , ପ୍ରଜ୍ଞା ପାରମିତା ମହାନ୍ତି, ଅଭିନେତା ଜ୍ଞାନ ବାରିକ, ସୂର୍ଯ୍ୟକାନ୍ତ ସେଠି ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *