ବଳଗଣ୍ଡିସ୍ଥି ମାଉସୀମାଙ୍କ ପୀଠରେ ପଞ୍ଚକ ମହୋତ୍ସବ ଉଦ୍ଘାଟିତ
ପୁରୀ,୨୧/୧୧- କାର୍ତ୍ତିକ ମାସ ପଞ୍ଚକର ପ୍ରଥମ ଦିନ ଏକାଦଶୀରେ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତବର୍ଷ ୧୧ତମ ପଞ୍ଚକ ମହୋତ୍ସବ ଧାର୍ମିକ ବାତାବରଣ ମଧ୍ଯରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରର ପ୍ରଫେସର ଡକ୍ଟର ପ୍ରଭାତ କୁମାର ମହାପାତ୍ର ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ଧର୍ମମାସ କାର୍ତ୍ତିକ । କାର୍ତ୍ତିକ ମାସରେ ରାଇଦାମୋଦର ପୂଜା କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ଶେଷ ୫ଦିନ ଭୀଷ୍ମ ପଞ୍ଚକ ଭାବେ ପରିଚିତ । ଚଳିତବର୍ଷ ପଞ୍ଚୁକ ଚାରି ଦିନ ପଡୁଛି । ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବା,ତୁଳସୀ ଚଉରା ମୂଳେ ପୂଜା କରିବା, ନୀଳଚକ୍ର ଦର୍ଶନ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ମୁଖ୍ଯ ଅତିଥି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ସତ୍ଯନାରାୟଣ ଦାଶ କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ସମାଜସେବୀ ସୁଧାକର ଭୋଳ, ଆଇନଜୀବୀ ବିଶ୍ବନାଥ ଜଗଦେବ, ସହ ସମ୍ପାଦକ ବିନୋଦ ପରିଡା ପ୍ରମୁଖ ମଞ୍ଚାସୀନ ହୋଇ ଧାର୍ମିକ ଜାଗରଣ ସୃଷ୍ଟି ସହ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନର ମହତ୍ତ୍ୱ ସର୍ବାଧିକ ।

ପଞ୍ଚକ ପ୍ରାୟିକ ନିଷ୍ଠାର ସହ ବ୍ରତ ପାଳନ କଲେ ଅକ୍ଷୟ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମାହାତ୍ମ୍ୟ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଚଳିତବର୍ଷ ୧୧ତମ ପଞ୍ଚକ ମହୋତ୍ସବ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ବିଶ୍ବନାଥ ମିଶ୍ର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ପଞ୍ଚକ ମହୋତ୍ସବ ଶ୍ରଦ୍ଧା ସମ୍ମାନରେ ଭଗବାନ ପଣ୍ଡା ଓ ନୃତ୍ଯ ନିର୍ଦ୍ଦେଶକଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ରାଧେ ରାଧେରେ ପ୍ରକମ୍ପିତ ହୋଇଥିଲା ମଞ୍ଚ ପରିସର । ରାମଚନ୍ଦ୍ର ଦୋରା, ଭରତ ନାୟକ ଓ ବିଶ୍ୱନାଥ ମିଶ୍ର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ମୁଖ୍ଯ ସଂଯୋଜକ ଜ୍ଯୋତି ପ୍ରକାଶ ଜେନା ଓ ବିନୋଦ କୁମାର ପରିଡା ମଞ୍ଚରେ ଉପସ୍ଥିତ ଥିଲେ । ଉତ୍ସବ ପ୍ରାରମ୍ଭରୁ ରାଧାମୋହନ ସଂକୀର୍ତନ ଦଳ ପକ୍ଷରୁ ଭାବ ଭକ୍ତିମୟ ସଂକୀର୍ତନ ପରିବେଷଣ କରାରାଇଥିଲା । ପ୍ରବକ୍ତା ପଣ୍ଡିତ ଲଳିତ ମୋହନ ମହାପାତ୍ର ହରିକଥା ଆର୍ଶିବଚନ ପ୍ରଦାନ କରିଥିଲେ । ହରିବୋଲ ହୁଳହୁଳି, ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପଞ୍ଚକ ମହୋତ୍ସବ । ବ୍ରହ୍ମପୁର କଳାଞ୍ଜଳି ଡ୍ଯାନ୍ସ ଗ୍ରୁପର ନିର୍ଦ୍ଦେଶକ ରାମେଶ୍ଵରୀ ନନ୍ଦ, ଖୋର୍ଦ୍ଧା କ୍ରିଏଟିଭ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ଉଷାରାଣୀ ପାଇକରାୟଙ୍କ ନିର୍ଦ୍ଦେଶନାରେ ନୃତ୍ଯଶିଳ୍ପୀ ମାନଙ୍କ ଭକ୍ତି ନୃତ୍ଯରେ ବିଭୋର ଦର୍ଶକ । ମହୋତ୍ସବ ଅଭ୍ୟର୍ଥନା କମିଟିର ସମ୍ପାଦକ ସାମ୍ବାଦିକ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କମିଟି କାର୍ଯ୍ୟକାରୀ ତ୍ରିଲୋଚନ ରଥ, କୋଷାଧ୍ୟକ୍ଷ ସୋହନ ପାଶୋରିଆ, ଅଡିଟର ବୀରେନ୍ଦ୍ର କୁମାର ଶାସ୍ତ୍ରୀ,ଉପଦେଷ୍ଟା କମିଟି ଭଗବାନ ମିଶ୍ର , ଭୀମସେନ ପ୍ରଧାନ, ନିରଦ ପ୍ରଭା ପଟ୍ଟନାୟକ,କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସମେତ ଗୋପୀନାଥ ମହାନ୍ତି,ପ୍ରଫୁଲ୍ଲ କୁମାର ସାହୁ ମନୋରଞ୍ଜନ ରଣସିଂହ, ନିରଞ୍ଜନ ଶତପଥୀ,ପ୍ରଭୁଦତ୍ତ ମିଶ୍ର, ଗୋଲଖ ବିହାରୀ ସାହୁ ତୁଷାରକାନ୍ତ ରାଓ,ରଘୁନାଥ ମହାନ୍ତି, ସର୍ବେଶ୍ଵର ଭଟ୍ଟ, କାଶୀନାଥ ସେଠୀ, ଜିତେନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ରମାକାନ୍ତ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ । ଶତାଧିକ ହବିଷାଳୀ, ଶ୍ରୋତା ଓ ଦର୍ଶକ ମହୋତ୍ସବକୁ ଉପଭୋଗ କରିଥିଲେ ।
