ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ ନେଲେ ଯୋଗଗୁରୁ ରାମଦେବ ବାବା l
ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ ନେଲେ ଯୋଗଗୁରୁ ରାମଦେବ ବାବା l ସିଂହଦ୍ୱାର ନିକଟରେ ପହଁଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ପତାକା ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା l କଡା ସୁରକ୍ଷା ବଳରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ l ଶ୍ରୀମନ୍ଦିରକୁ ପ୍ରବେଶ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ସହ ପାର୍ଶ୍ଵଦେବାଦେବୀଙ୍କୁ ଦର୍ଶନ କରିଥିଲେ ରମାଦେବ ବାବା l ଦର୍ଶନ କରିସାରିବା ପରେ ଗଣମାଧ୍ୟମକୁ ପତିକ୍ରିୟା ଦେଇ କହିଛନ୍ତି ହିନ୍ଦୁ ସାଧୁ ସନ୍ତ ମାନଙ୍କ ସହ ହେଉଥିବା ଅତ୍ୟାଚାର ଗ୍ରହଣୀୟ ନୁହେଁ l ଭାରତର ସାଧୁ ସନ୍ଥ ମାନଙ୍କ ଦ୍ୱାରା ଜ୍ଞାନ ଗ୍ରହଣ କରିବା ତାଙ୍କୁ ଅତ୍ୟାଚାର କରିବା ନୁହେଁ l ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ ଆଜି ପୁଣ୍ୟ ତିଥିରେ ଦର୍ଶନ କରି ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି l ପ୍ରତ୍ୟକ ହିନ୍ଦୁ ଧର୍ମାବଲମ୍ଭି ମାନେ ମହାପ୍ରଭୁଙ୍କ ପ୍ରତି ଭକ୍ତି ଭାବ ରହିବା ଦରକାର l
