ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଗୁରୁଜୀ ନଗର, ଜେ କେ ପୁର ଠାରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଜାନକୀଲତା ମହାପାତ୍ର, ଶିକ୍ଷୟିତ୍ରୀ, ଗୋପବନ୍ଧୁ ମ୍ୟୁନିସିପାଲଟି ସ୍କୁଲ, ରାୟଗଡା, ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଶ୍ରୀ ବିଜୟ କୁମାର ନାୟକ, ଯୋଗ ଦେଇ ଗୀତାର ମହତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ l ସେହିପରି ବିଚାରକ ଭାବେ ଶ୍ରୀମତୀ ଶର୍ମିଳା ପାତ୍ର, ଶ୍ରୀମତୀ ସୁଧାରାଣୀ ପାତ୍ର, ଶ୍ରୀ ଶ୍ରୀକାନ୍ତ ସୁନ୍ଦର ବେହେରା, ସୁଶ୍ରୀ ଶିବାନୀ ବେହେରା, ସୁଶ୍ରୀ ରୁଦ୍ରାଙ୍ଗିନୀ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ଶରତ ଚନ୍ଦ୍ର ରାଉତ, ଆଚାର୍ଯ୍ୟ, ଗୀତା ପ୍ରଜ୍ଞାନ ମିଶନ, ରାୟଗଡା ଜିଲ୍ଲା ସଂଯୋଜକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ରୂପାୟନ ହୋଇଥିଲା l ଶ୍ରୀ ରଘୁନାଥ ବେହେରା, ପ୍ରଧାନ ଆଚାର୍ଯ୍ୟ, ସ ଶି ବି ମ, ଜେ କେ ପୁର, ଅତିଥିମାନଙ୍କ ପରିଚୟ ପ୍ରଧାନ କରିଥିବା ବେଳେ ଶ୍ରୀ ରଶ୍ମିତା ସାହୁ, ଆଚାର୍ଯ୍ୟl, ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ପ୍ରତିଯୋଗିତାରେ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ଜେ କେ ପୁର, ସ ଶି ବି ମ, ଜେ କେ ପୁର, ଉଗ୍ରତାରା ମହାବିଦ୍ୟାଳୟ, କୁମୁଟିପେଣ୍ଠ, ପେଣ୍ଟା ଉଚ୍ଚ ବିଦ୍ୟାଳୟରୁ ମୋଟ ୬୯ ଜଣ ଶିଶୁ ଭାଇଭଉଣୀ ଯୋଗ ଦେଇ ଗୀତା ଆବୃତ୍ତି କରିଥିଲେ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *