ସ୍ୱାୟତ ଶାସନ ଦିବସରେ ପୁରୀ ମହାନଗର ନିଗମକୁ ବଡ ଭେଟି

– ସ୍ୱାୟତ ଶାସନ ଦିବସରେ ପୁରୀ ମହାନଗର ନିଗମକୁ ବଡ ଭେଟି । ଦୀର୍ଘବର୍ଷ ହେବ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରଦୂଷଣରୁ ଏଥର ମିଳିବ ମୁକ୍ତି। ପ୍ରତିଷ୍ଠା ହେବ ମେଗା ଏମଆରଏଫ ବା ମାଟେରିଆଲ ରିକଭରି ଫାସିଲିଟି ପ୍ଲାଣ୍ଟ । ପ୍ରତିଦିନ ୧୦୦ ଟନ୍ ଅଳିଆ ପୃଥକୀକରଣ ସହ ପ୍ରକ୍ରିୟାକରଣ କରାଯିବ। ଫଳରେ ବଳିଆପଣ୍ଡାରେ ଅଣନିଃଶ୍ବାସୀ କରୁଥିବା ଆବର୍ଜନା ପାହାଡ଼କୁ ଯଥା ସମ୍ଭବ ପ୍ରକ୍ରିୟାକରଣ କରିବା ସମ୍ଭବ ହେବ। ଏହି ମେଗା ଏମଆରଏଫ ପ୍ଲାଣ୍ଟ ପାଇଁ ୨୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ସ୍ବାୟତ୍ତ ଶାସନ ଦିବସ ଅବସରରେ ଆଭାସୀ ବା ଭରଚୁଆଲ୍ ଯୋଗେ ଏହି ମେଗା ଏମଆରଏଫ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସରକାରଙ୍କ ପଦକ୍ଷେପକୁ ସ୍ଥାନୀୟ ବାସୀନ୍ଦା ସ୍ୱାଗତ କରିଥିବା ବେଳେ ଯଥାଶୀଘ୍ର କାମ ଆରମ୍ଭ କରିବାକୁ ଦାବି ହୋଇଛି। – ଭଲକରି ନଜର ପକାନ୍ତୁ ବଳିଆପଣ୍ଡାର ଏହି ଅଳିଆ ପାହାଡ ବା ଡମ୍ପିଂୟାର୍ଡ ଉପରେ। ସହରର ସମସ୍ତ ଅଳିଆ ଆବର୍ଜନା ଏଠାରେ ପକାଯାଏ। କିଛିବର୍ଷ ପୂର୍ବେ ବଳିଆପଣ୍ଡା ଡମ୍ପିଂୟାର୍ଡର ଆବର୍ଜନା ପ୍ରକ୍ରିୟାକରଣ ପାଇଁ ଏକ‌ ମେସିନ ପକାଯାଇଥିଲା। ମାତ୍ର ଏହି ବୃହତ୍‌ ଅଳିଆ ପାହାଡ଼ ଜନିତ ସମସ୍ୟା ଦୂର କରିବା ପାଇଁ ମେଗା ପ୍ଲାଣ୍ଟର ଆବଶ୍ୟକତାକୁ ଉପଲବ୍ଧି କରି ଏପରି ପଦକ୍ଷେପ ନିଆଯାଇଛି। ପିଏମସି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଏନେଇ ଚିଠି ଲେଖିବା ପରେ ଏହି ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି। ସହରରେ ପ୍ର‌ତିଦିନ ଏବେ ଦୈନିକ ୮୦ ଟନ୍‌ ଆବର୍ଜନା ଜମା ହେଉଛି।

ଏହି ଅଳିଆକୁ ପୃଥକୀକରଣ ଓ ପ୍ରକ୍ରିୟାକରଣ କରିବା ପାଇଁ ଏବେ ୧୦ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ୬ ଟି ମ୍ୟାଟେରିଆଲ ରିକଭରି ଫାସିଲିଟି ରହିଛି। ମାତ୍ର ବଳିଆପଣ୍ଡାରେ ୧୯୮୨ ମସିହାରୁ ସୃଷ୍ଟି ହୋଇଥିବା ଅଳିଆ ପାହାଡ଼ର ପ୍ରକ୍ରିୟାକରଣ ପାଇଁ ଏହି ଏମସିସି ଓ ଏମ୍ ଆର୍ ଏଫର ବ୍ୟବହାର ସମ୍ଭବ ହୋଇପାରୁନାହିଁ। ପ୍ରାୟ ୮ ଏକର ପରିମିତ ଜାଗାରେ ୩ ଲକ୍ଷ ୯୧ ହଜାର ୯୦୪ ମେଟ୍ରିକ ଟନ ଆବର୍ଜନା ଗଦା ହୋଇଥିବାରୁ ଏଥିପାଇଁ ସ୍ବତନ୍ତ୍ର ମେଗା ଏମଆରଏଫ ପ୍ଲାଣ୍ଟର ଆବଶ୍ୟକତାକୁ ହୃଦୟଙ୍ଗମ କରି ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ମେଗା ପ୍ଲାଣ୍ଟ ପାଇଁ ସବୁଜ ‌ସଙ୍କେତ ଦିଆଯାଇଛି। ଅନ୍ୟପଟେ ପୁରୀ ବିଜେଡି ବିଧାୟକ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଓ ଏକ ସପ୍ତାହ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ପିଏମସିର ଯୁଗ୍ମ କମିସନର ଅଭିମନ୍ୟୁ ଯୁଗ୍ମ କମିଶନର,,PMCଫାଭିଓ- ବଳିଆପଣ୍ଡା ଠାରେ ପୁରୀ ସହରର ଅଧିକାଂଶ ସ୍ଥାନରୁ ଆସୁଥ‌ିବା ବର୍ଜ୍ୟବସ୍ତୁ ପକାଯାଇଥାଏ । ସେଠାରୁବର୍ଜ୍ୟବସ୍ତୁ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରକୁ ନିଆ ନ ଯାଇ ସେଠାରେ ହିଁ ପୋଡ଼ି ଦିଆଯାଉଛି। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *