ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ କୋଭିଡ ନିୟମ ଅନୁପାଳନ ପୂର୍ବକ ବୃକ୍ଷରୋପଣ କାର୍ଯ୍ୟକ୍ରମ ରାଜ୍ୟ କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ବୃକ୍ଷ ରୋପଣ ସମ୍ପର୍କିତ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ବୃକ୍ଷରୋପଣର ଆବଶ୍ୟକତା ସହ ଏହାକୁ ବଞ୍ଚାଇପାରିଲେ ବୃକ୍ଷ ରୋପଣର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିବବୋଲି ମନ୍ତ୍ରୀ ଡଃ ସାହୁ ଉପସ୍ଥିତ ଶିକ୍ଷର୍ଥୀ ଅଭିଭାବକଙ୍କୁ ପରାମର୍ଶ ଦେଇଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଏଫଓ ଧନରାଜ ହନୁମନ୍ତଜି ଧନନ୍ଧିରେ, ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କିଭଳି ମାନବ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡିତ ତାର ଅବତାରଣା କରିବା ସହ ସମ୍ମାନିତ ଅତିଥି ଦ୍ବୟ ବୃକ୍ଷ ରୋପଣ ମଧ୍ୟ କରିଥିଲେ ।ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଶାନ୍ତନୁ କୁମାର ସ୍ୱାଇଁ ଉପସ୍ଥିତ ଅତିଥିଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ପବିତ୍ର ଶିକ୍ଷାନୁଷ୍ଠାନ ମଧ୍ୟରେ ବୃକ୍ଷରୋପଣ ପରି ଏକ ମହାନ କାର୍ଯ୍ୟକ୍ରମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କତ୍ତୃପକ୍ଷ ସମ୍ପାଦନ କରାଇଥିବାରୁ ସାଧାରଣରେ ଶିକ୍ଷାନୁଷ୍ଠାନ ପ୍ରତି ପ୍ରଂଶସା ପ୍ରକାଶ ପାଇଛି ।
ରିପୋର୍ଟ -ରାମକୃଷ୍ଣ ରଥ,ନୟାଗଡ଼ “ତୀର୍ଥକ୍ଷେତ୍ର”।
