ପୁରୀରେ ଚନ୍ଦନପୁର ଥାନା ଅନ୍ତର୍ଗତ କାପ୍ତେଶ୍ଵରରେ ଯୁବକଙ୍କୁ ହତ୍ୟା

ପୁରୀରେ ଚନ୍ଦନପୁର ଥାନା ଅନ୍ତର୍ଗତ କାପ୍ତେଶ୍ଵରରେ ଯୁବକଙ୍କୁ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତକୁ ଭୁବନେଶ୍ୱର ନିକଟରୁ ଗିରଫ କରାଯାଇଛି।ଏହି ହତ୍ୟାକାଣ୍ଡ ଘଟଣାରେ ଦୁଇ ମହିଳା ମଧ୍ୟ ସାମିଲ ଅଛନ୍ତି।ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ କାଠ ଫାଳିଆ ଜବତ।ମାତ୍ର ୨ ହଜାର ବକେୟା ଟଙ୍କା ପାଇଁ କାହ୍ନା ମଲ୍ଲିକଙ୍କୁ ହତ୍ୟା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁଶୀଲ ମିଶ୍ରସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ହେଉଛନ୍ତି ବିଜୁ ଭୋଇ,ଅଜୟ ଭୋଇ,ମିଟୁ ଓରଫ ରତ୍ନାକର ଭୋଇ,ରୁନୁ ଭୋଇ ,କନକ ଭୋଇ ଓ ପୂର୍ଣ୍ଣିମା ଭୋଇ ।କାହ୍ନା ଓ ବିଜୁ ଦାଦନ ଖଟିବା ପାଇଁ ଯାଇଥିବାବେଳେ ବିଜୁ ୨ ହଜାର ଟଙ୍କା ଧାର ନେଇଥିଲା।

ଗତକାଲି ସକାଳେ କାହ୍ନା ମଲ୍ଲିକ ବକେୟା ଟଙ୍କା ମାଗିବା ପାଇଁ ଯାଇଥିବାବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।ଖବର ପାଇଁ ଉଦ୍ଧାର ପାଇଁ ଯାଇଥିବା ତାଙ୍କ ଭାଇ ଅସିତ ମଲ୍ଲିକଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ କାହ୍ନାଙ୍କ ମୃତ୍ୟୁ ହୋଇଥିବାବେଳେ ଅସିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ସେ ଚିକିତ୍ସାଧୀନ ଅଛନ୍ତି। ବକେୟା ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *