ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା
ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା ତୃତୀୟ*ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡ଼ା ର ଛାତ୍ର ଛାତ୍ରୀମାନେ ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ଉକ୍ତ ଲୋକନୃତ୍ୟ ଟିକୁ ଶିକ୍ଷକ ବୃନ୍ଦାବନ ବେହେରା ଓ ଶିକ୍ଷୟିତ୍ରୀ ସ୍ଥିତିପ୍ରଜ୍ଞା ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ,ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ଅଷ୍ଟମ ଶ୍ରେଣୀର ଓମ ପ୍ରସାଦ ବେହେରା, ସୂର୍ଯ୍ୟ ନାରାୟଣ ମାଝୀ, ଶୁଭଲକ୍ଷ୍ମୀ ନାୟକ, ବର୍ଷାରାଣୀ ସାହୁ , ଲକ୍ଷ୍ମୀପ୍ରିୟା ପୃଷ୍ଟି ଓ ସୋନି ନାୟକ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ କୁମାର ଶତପଥୀ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି।
