ଆମ୍ ଆଦମୀ ପାର୍ଟିର ଜୋନ୍ ସ୍ତରୀୟ ସାଙ୍ଗଠନିକ ବୈଠକ
କାମାକ୍ଷାନଗର ବ୍ଲକ ଏକ ନଂ ଜୋନ୍ ରେ ଏନଏସି ସଭାପତି ସୁବୋଧ୍ୟ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ମୁଣ୍ଡି ଦେଉଳି ସ୍ଥିତ ନେତାଜୀ କ୍ଲବ୍ ଠାରେ ଜୋନାଲ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗ ଦେଇ ତୃଣମୂଳ ସ୍ତରରେ ଆମ୍ ଆଦମୀ ପାର୍ଟିର ସଂଗଠନ ଦୃଢ଼ କରିବା ପାଇଁଁ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଅନ୍ଯ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଭାପତି ପଙ୍କଜ ନାୟକ ଓ ଉପସଭାପତି ଶ୍ରୀ ଜିତେନ୍ଦ୍ର ବେହେରା ଯୋଗଦେଇ ଦଳର ନୀତି ଆଦର୍ଶ ଏବଂ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ର ଯୋଜନା ଗୁଡିକ ବିଷୟରେ ଆଲୋଚନା କରିଥିଲେ l ପାନୀୟ ଜଳ ଜନିତ କୀଡୀନି ରୋଗ ବହୁଳ ଭାବରେ ବ୍ୟାପିବାରେ ଲାଗିଛି l ଦଳୀୟ ସଦସ୍ୟ ମାନେ ଗ୍ରାମ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ବିଷୟରେ ସୂଚନା ଦେଇଥିଲେ l ପ୍ରତି ପଂଚାୟତ କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ଏହି ସମସ୍ୟା ସମ୍ପର୍କରେ ସୂଚିତ କରାଇବେ l

ଏହା ପଂଚାୟତ ସ୍ତରରେ ସମାଧାନ ନହେଲେ, ପ୍ରତି ବ୍ଲକରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ବ୍ଲକ ଉପସଭାପତି କାର୍ତ୍ତିକ ସମସ୍ତେ ପ୍ରସ୍ତାବ ଦେଇଥିଲେ l ଧରଣୀଧର ବେହେରାଙ୍କୁ ଜୋନ୍ ର ସଭାପତି ଭାବେ ଚୟନ କରାଗଲା l ପ୍ରତ୍ୟେକ ମାସରେ ଏହି ଜୋନ୍ ସ୍ତରୀୟ ବୈଠକ କରାଯିବାପାଇଁ ନିଷ୍ପତ୍ତି ନିଆଗଲା l ସୁଧୀର କୁମାର ସେଠୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଗଲା l
