ବିଶ୍ୱାବ୍ୟାଙ୍କ ସହାୟତାରେ ନୂତନ ଶିକ୍ଷା ସୌଧ ଉଦଘାଟିତ
ସ୍ଥାନୀୟ ସର୍ଵମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ବିଶ୍ୱବ୍ୟାଙ୍କ ଆର୍ଥିକ ଅନୁଦାନରେ ନୂତନ ଶିକ୍ଷା ସୌଧ ଉଦଘାଟିତ ହୋଇ ଯାଇଛି | ଉତ୍ସବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେବୀ ମୁଖ୍ୟ ଅତିଥି, ପୂର୍ବତନ ସାଂସଦ ଶ୍ରୀ ଅର୍କକେଶରୀ ଦେଓ, ଜୁନାଗଡ଼ ବିଧାୟାକ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ର, ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଉଷାରଣୀ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ମହାବିଦ୍ୟାଳୟକୁ ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପେ ଗଢ଼ି ତୋଳିଥିବାରୁ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ | ପରିଚାଳନା ପରିଷଦ ସଭାପତି ଶ୍ରୀ ନବରତ୍ନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରଥିବା ବେଳେ ବରିଷ୍ଠ ଅଧ୍ୟାପକ ନବୀନ ଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅଧ୍ୟାପକ ଗୋବିନ୍ଦ ସାହୁ ସଭାମଞ୍ଚ ପରିଚାଳନା କରିଥିଲେ | ଆଇ ଡି ପି ସଂଯୋଜକ ଗୋବିନ୍ଦ ସାହୁଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଏହି ଅବସରରେ 04/10 ଓ 05/10 ଦୁଇଦିନ ବ୍ୟାପୀ ଏକ ପୁସ୍ତକ ମେଳା ମଧ୍ୟ ଉଦଘାଟିତ ହୋଇଯାଇଛି | ଜିଲ୍ଲାର ପ୍ରଥମ ଥର ପାଇଁ କୌଣସି ମହାବିଦ୍ୟାଳୟରେ ପୁସ୍ତକ ମେଳା ଆୟୋଜନ ହେଉଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି | କାର୍ଯ୍ୟକ୍ରମରେ ଦୈତାରୀ ମେହେର, ସଞ୍ଜୟ କୁମାର ପାଇଟାଲ, ବିକାଶ ରଞ୍ଜନ ନାୟକ, ନବକୃଷ୍ଣ ସାହୁ, ହରେକୃଷ୍ଣ ମେହେର, ଲକ୍ଷ୍ମଣ କୁମାର ସାହୁ, କେଶରୀ ସାହୁ, ଉଦ୍ଧବ ନାୟକ, ସୁଶୀଳା ରାଉତ, ସମା ପର୍ଵିନ, ଝରଣା ମେହେର, ଲସବ ସେଠିଆ, ମୁକେଶ ସାହୁ, ଶଙ୍କର ମେହେର, ତପନଜିତ ବାଗ, ଭେଙ୍କଟ ରମଣ ସାହୁ, ଦକ୍ଷାଦେବୀ ସାହୁ ପ୍ରମୁଖ ସହାୟତା କରିଥିଲେ |
