ବଳଦିଆମାଲ ନିକଟରେ ହାଇୱା ଧକ୍କାରେ ସାଇକେଲ ଚାଳକ ମୃତ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜୟପୁର ଓ ଭବାନୀପାଟଣା ମୁଖ୍ୟ ରାସ୍ତା ବଳଦିଆମାଲ ଠାରେ ଗୁରୁବାର ସକାଳ ସମୟରେ ସାଇକେଲ ଚଳକଙ୍କୁ ହାଇୱା ଧକ୍କା ଦେବାରୁ ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତୁ ହୋଉଛି । ମୃତ ସାଇକେଲ ଚାଳକ ଜଣକ ହୋଉଛନ୍ତି ସେହି ଗ୍ରାମ ର ସହଦେଵ ନାଏକ ବୟସ 40 ।ସୂଚନା ଥାଉକି ସହଦେଵ ସାଇକେଲ ଯୋଗେ ଗାଧେଇବାକୁ ଯାଉଥିବା ବେଳେ ପଛପଟୁ…… ନମ୍ବର ବିଶିଷ୍ଟ ହାଇୱା ଗାଡିଟି ପଛ ପଟୁ ଧକ୍କା ଦେଇଥିଲା ଯାହାରି ଫଳରେ ସହଦେଵଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେଇଛି।

ଏହି ପରିପ୍ରେକ୍ଷୀରେ ପରିବାର ପକ୍ଷରୁ ଉତ୍ତେଜନା ଦେଖାଦେଇଛି।ମୃତ ସହଦେଵ କୁ ନ୍ୟାୟ ପ୍ରଦନ ଦାବିରେ ଜୟପୁର ଭବାନୀପାଟଣା ମୁଖ୍ୟ ରାସ୍ତା ବଳଦିଆମାଲ ଠାରେ ପରିବାର ଓ ଗ୍ରାମବାସିଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି।ରାସ୍ତା ଅବରୋଧ ଫଳରେ ରାସ୍ତା ଦୁଇପଟେ ଯାନବାହନ ସବୁ ଅଟକ ରହିଛି।ବର୍ତମାନ ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ପହ୍ଞ୍ଚି ପରିବାର ବର୍ଗ ଙ୍କୁ ବୁଝା ସୁଝା କରୁଛି।
