ଭାରସାମ୍ୟ ହରାଇ ଓଲଟିଲା ଆମ୍ବ ବୋଝେଇ ଟ୍ରକ୍ ଦୁଇ ଗୁରୁତର
୬୦ ନମ୍ବର ଜାତୀୟ ରାଜପଥର ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ଵ କୁ ଓଲଟି ପଡ଼ିଛି ଆମ୍ଭ ବୋଝେଇ ଟ୍ରକ୍ , ଘଟଣା ରେ ଦୁଇ ଜଣ ଗୁରୁତର ।

ସୂଚନା ଅନୁଯାୟୀ ବିଳମ୍ୱିତ ରାତିରେ ବାଲେଶ୍ଵର ରୁ ଜଳେଶ୍ଵର ଅଭିମୁଖେ ଯାଉଥିବା ଆମ୍ବ ବୋଝେଇ ଟ୍ରକ୍ ( KA 07B 8644 ) ମିରିଗି ମୁଣ୍ଡି ଛକ ନିକଟରେ ରାସ୍ତା କଡ ରେ ଥିବା ଡ୍ରେନ କୁ ଓଲଟି ପଡ଼ିଛି । ଗାଡ଼ିରେ ଥିବା ହେଲ୍ପର ଓ ଡ୍ରାଇଭର ଗୁରୁତର ଆହତ ହେଇଥିବାରୁ ଘଟଣା ସ୍ଥଳରେ ରୂପସା ପୋଲିସ ପହଞ୍ଚି ୧୦୮ ଜରିଆରେ ରୂପସା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।
