ଅନ୍ଲାଇନ ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିଜ୍ଞାପନ !
ଅନଲାଇନରେ ମହାପ୍ରସାଦ ବିକ୍ରି ବିଞ୍ୟାପନ ପରେ ଏବେ ପୁଣି ଅନଲାଇନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିଆଯାଇଛି ବିଞ୍ୟାପନ। PRAY FULLIT,YATRA astha ki ନାମକ ଏକ ଅନଲାଇନ ଆପ୍ ରେ ମହାପ୍ରଭୁଙ୍କ ଦର୍ଶନ ନେଇ ଦିଆଯାଇଛି ବିଞ୍ୟାପନ। ଏହି ଅନଲାଇନ ଆପ୍ଲିକେସନରେ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଓ ରଥଯାତ୍ରାସମୟରେ ଜୁନ୍ ଜୁଲାଇ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତମାନେ କରିପାରିବେ ବୋଲି କୁହାଯାଇଛି। ଏହି ଅନଲାଇନ ଆପ୍ ଯୋଗେ ଭକ୍ତମାନେ ସମୁଦାୟ କେତେଜଣ ଦର୍ଶନ କରିବା ପାଇଁ ଚାହୁଁଛନ୍ତି,ସିଲେକ୍ଟ ଡେଟ୍,ନାମ,ମୋବାଇଲ ନମ୍ବର, ଇମେଲ ଆଇଡି,ବୟସ ଇତ୍ୟାଦି ପୂରଣ କରିବାକୁ ବିଞ୍ୟାପନ ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ହେଲେ ଜଣେ ଭକ୍ତଙ୍କ ପିଛା ୧୧୦୦ ଟଙ୍କା ମୂଲ୍ୟ ରହିଛି ବୋଲି ଆପ୍ଲିକେସନରେ ଉଲ୍ଲେଖ ରହିଛି। ଯାହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖାଦେଇଛି। ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭକ୍ତମାନଙ୍କ ପାଇଁ ଏଭଳି କୌଣସି ଦର୍ଶନ ବ୍ୟବସ୍ଥା ହେଉନଥିବାରୁ ଏହା ଶ୍ରଦ୍ଧାଳୁଙ୍କୁ ଠକେଇ କରି ଟଙ୍କା ଲୁଟ୍ ପାଇଁ ଏକ ମାଧ୍ୟମ ବୋଲି ଅଭିଯୋଗ ହୋଇଛି,,ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏନେଇ ନିଜ ଆଡୁ ଏତାଲା ଦେବାକୁ ଦାବି ହୋଇଛି।
