ରାଜପଥ ରୁ ଜବର ଦଖଲ ଉଚ୍ଛେଦ

ଧରାକୋଟ ତହସିଲ ଅନ୍ତର୍ଗତ ଢଉଗାଁ ଠାରୁ ପୋଡ଼ାମାରି ସମ୍ପ୍ରସାରିତ ଜାତୀୟ ରାଜପଥ ୩୨୬ ର ଢ଼ଉଗାଁ ଓ ବାହାଡାଗୁଡା ଛକ ଓ ଗାଁ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର ଗଣେଷ ଦଳାଇ ,ରାଜସ୍ବ ପରିଦର୍ଶକ ସୁଜ୍ଞିନି ବେହେରା,ରାଜସ୍ବ ନୀରିକ୍ଷକ ଶ୍ରୀକାନ୍ତ ରଥ ଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ । ପ୍ରକାଶ ଯୋଗ୍ୟ ଏହି ରାଜପଥ ଏକ ବ୍ୟସ୍ତ ବହୁଳ ରାଜପଥ । ପ୍ରତିଦିନ ଏହା ଦେଇ ଆସିକା ଠାରୁ ଦିଗପହଣ୍ଡି ପର୍ଯ୍ୟନ୍ତ ସଂଖ୍ୟାଧିକ ଭାରିଯାନ, ବସ ଓ ଦୁଇ ଚକିଆ ଯାନ ଚଳାଚଳ କରୁଥିବା ବେଳେ ଜବର ଦଖଲ ଯୋଗୁଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି। ଅନ୍ୟ ପକ୍ଷରେ ଜବର ଦଖଲ ଯୋଗୁଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବିତ ହେଉଛି। ଏହା ଫଳରେ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ରେ ବାଧା ଉପୁଜିଛି। ଏଣୁ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ ଯୋଗୁଁ ଅଞ୍ଚଳ ବାସୀ ଏହାକୁ ସ୍ବାଗତ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରଶାସନ ତରଫରୁ ବାହାଡ଼ାଗୁଡା ଛକରେ ନିର୍ମାଣ କରାଯାଇଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ କୁ ଉଚ୍ଛେଦ କରାଯାଇଛି । ଏଣୁ ତୁରନ୍ତ ଯାତ୍ରୀ ମାନଙ୍କ ପାଇଁ ଜବର ଦଖଲ ମୁକ୍ତ ଅଞ୍ଚଳରେ ଏକ ବସ ଷ୍ଟପ ନିର୍ମାଣ ପାଇଁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *