ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଫାଇବର ସେବା

ନୂଆଦିଲ୍ଲୀ,୯।୫: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଏୟାରଟେଲ୍‌ ପକ୍ଷରୁ ନୂତନ ବ୍ରଡ୍‌ବ୍ୟାଣ୍ଡ ସେବା ‘ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଫାଇବର’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଦେଶର ନାଗରିକ, ବ୍ୟବସାୟ ଓ ସମୁଦାୟଗୁଡିକର ଅଭିବୃଦ୍ଧି ଏବଂ ବିକାଶ ପାଇଁ ବ୍ରଡ୍‌ବ୍ୟାଣ୍ଡ କନେକ୍ସନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ବର୍ତ୍ତମାନ ସମୟରେ ବ୍ରଡ୍‌ବ୍ୟାଣ୍ଡ ଏକ ଅତ୍ୟାବଶ୍ୟକ ଉପଯୋଗିତାରେ ପରିଣତ ହୋଇଯାଇଛି,ଯାହା ଲୋକମାନଙ୍କୁ ଇଣ୍ଟରନେଟ୍‌ ସହ ସଂଯୋଗ କରୁଛି। ସେହିଭଳି ଯୋଗାଯୋଗ, ଶିକ୍ଷା, ସ୍ବାସ୍ଥ୍ୟସେବା, ବାଣିଜ୍ୟ ଆଦି ସୁବିଧା ମଧ୍ୟ ପ୍ରଦାନ କରୁଛି। ଏପରିକି ବ୍ରଡ୍‌ବ୍ୟାଣ୍ଡ ଡିଜିଟାଲ ଅନ୍ତରକୁ ଦୂର କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛି। ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ପାଇଁ ଉପଯୁକ୍ତ ପହଞ୍ଚ ନାହିଁ, ଯେଉଁ କାରଣରୁ ଡିଜିଟାଲ ଅନ୍ତର ଦେଖା ଦେଉଛି।

Leave a Reply

Your email address will not be published. Required fields are marked *