ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ଇତିହାସ ସଂକଳନ ସମିତି
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ଇତିହାସ ସଂକଳନ ସମିତି ପୁରୀ ଜିଲ୍ଲା ଶାଖା ର ଆନୁଷ୍ଠାନିକ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଅବସରପ୍ରାପ୍ତ ଅଖିଳ ଭାରତୀୟ ଇତିହାସ ସଞ୍ଚାଳନା ସମିତିର ପୂର୍ବାଞ୍ଚଳ ଓଡ଼ିଶାର ସଭାପତି ପ୍ରଫେସର କ୍ଷୀରୋଦ ଚନ୍ଦ୍ର ମହାପାତ୍ର ସଭାପତି,ଅଖିଳ ଭାରତୀୟ ସଞ୍ଚାଳନା ସମିତିର ସମ୍ମାନୀୟ ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ ଧିଙ୍ଘ ମଜୁମଦାର ମୁଖ୍ୟଅତିଥି, ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ କମଲେଶ ଦାସ ସମ୍ମାନିତ ଅତିଥି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।ସଭାରେ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ର ରୂପାୟନ ବିଷୟିକ ଚର୍ଚ୍ଚା କରଯାଇଥିଲା।ଓଡ଼ିଶା ପୂର୍ବାଞ୍ଚଳ ସମ୍ପାଦକ ଅବସର ପ୍ରାପ୍ତ ଅଧକ୍ଷ ପ୍ରଫେସର ସନ୍ତୋଷ ମିତ୍ର ସଭା ସଞ୍ଚାଳନ କରିଥିଲେ।ଉତ୍କଳ ବିଶ୍ୱବିଦ୍ୟାଳୟ ର ଇତିହାସ ବିଭାଗ ପ୍ରଫେସର ପାରେଶ୍ୱର ସାହୁ ଅତିଥି ପରିଚୟ ଦେଇଥିଲେ।ଏହି ସଭାରେ ପୁରୀ ଜିଲ୍ଲା ଶାଖା ଅଧିକାରୀ ମାନଙ୍କୁ ଚୟନ କରାଯାଇଥିଲା।ଶ୍ରୀ ସଦାଶିବ ପରିସର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଆଧୁନିକ ବିଭାଗ (ଇତିହାସ) ମୁଖ୍ୟ ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାପତି,ଇତିହାସ ପ୍ରେମୀ ଗବେଷକ ଶ୍ରୀ ଦେବୀପ୍ରସନ୍ନ ନନ୍ଦ ଉପସଭାପତି, ଶ୍ରୀ ଦର୍ପେନ୍ଦ୍ର ନାରାୟଣ ଦାସ ସାଧାରଣ ସମ୍ପାଦକ, ଶ୍ରୀ ପ୍ରଦୀପ କୁମାର ସାହୁ ସହ ସମ୍ପାଦକ,କାର୍ଯକାରୀ ସମିତି ସଭ୍ୟ ଭାବେ ଜ୍ୟୋତ୍ସ୍ନା ରାଣୀ ମହାପାତ୍ର,ଅଶୋକ ମଞ୍ଜରୀ ନାୟକ,ଓ ସିଦ୍ଧାର୍ଥ ମହାପାତ୍ର ଙ୍କୁ ମନୋନୀତ କରାଯାଇଥିଲା। ଅବସରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ କୁମାର ରାୟ ମହାପାତ୍ର ଓ ଅବସରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଉପଦେଷ୍ଠା ଓ କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଙ୍କୁ ପୃଷ୍ଠପୋଷାକ ମନୋନୀତ ହୋଇଥିଲେ।ଜିଲ୍ଲା ଶାଖାର ପ୍ରଥମ ଆନୁଷ୍ଠାନିକ ବୈଠକ ୦୮ -୧୧-୨୦୨୬ ରେ ଉକ୍ତ ସଭା ମଞ୍ଚରେ ଅନୁଷ୍ଠିତ ହେବ।ସଭାପତି ଓ ସମ୍ପାଦକ ଆଗାମୀ ସଭାରେ ବହୁସଂକ୍ଷା ରେ ଯୋଗଦେଇ ଅନୁଷ୍ଠାନର ପୃଷ୍ଠ ପୋଷାକତା କରି ଅନାଲୋଚିତ ବିଷୟ ଗୁଡ଼ିକ ଉପରେ ଆଲୋକପାତ କରିବା ପାଇଁ ନିମନ୍ତ୍ରଣ କରିଥିଲେ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳରେ ଆଶ୍ରିତ କାର୍ଯକ୍ରମ ମା ସରସ୍ୱତୀ ଦେବୀ ପୁଜନରୁ ଆରମ୍ଭ ହୋଇ ମହାପ୍ରଭୁଙ୍କ ଆଶୀର୍ବାଦରୁ ସଫଳତା କାମନାକରି ବିରାମ ନେଇଥିଲା। ସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ,ବହୁ ଶିକ୍ଷାବିତ ଇତିହାସ ବିତ, ସାଧୁ – ସନ୍ଥ, କାର୍ଯ କର୍ତ୍ତା, ବିଶ୍ୱବିଦ୍ୟାଳୟ ର ଅଧ୍ୟାପକ -ଅଧ୍ୟାପିକା ଛାତ୍ର ଓ ଛାତ୍ରୀ କର୍ମଚାରୀ ଯୋଗ ଦେଇଥିଲେ।ସମ୍ପାଦକ ଶ୍ରୀ ଦ୍ରପେନ୍ଦ୍ର ଦାସ ଧନ୍ୟବା ଦ ଦେଇଥିଲେ।
