ରୋଟାରୀ କ୍ଲବ ୩୨୬୧ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ହେଲେ ଆଲାମ ସିଂ ରୂପ୍ରା
…..ରାଉରକେଲା: ଆନ୍ତର୍ଜାତିକ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ୩୨୬୧ ଜିଲ୍ଲାର ନୂତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଭାବେ ରୋଟାରିଆନ ଆଲାମ ସିଂ ରୂପ୍ରା ଦାୟିତ୍ଵ ଗ୍ରହଣ କରିଛନ୍ତି। ହୋଟେଲ ପାହାଡି ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅମୀତ ଅଗ୍ରୱାଲ ଙ୍କ ଠାରୁ ଶ୍ରୀ ଋପ୍ରା ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଏକେଏସ ରୋଟାରିଆନ ଦୀପ୍ତି ରଞ୍ଜନ ପଟ୍ଟନାୟକ, ଫାଷ୍ଟ ଲେଡି ରୋଟାରିଆନ ହରପାଲ ରୂପ୍ରା ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଅନୁଷ୍ଠାନ ସମାଜସେବା କ୍ଷେତ୍ରରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଏହି ଅବସରରେ ହର୍ସିନ ଋପ୍ରା ଅନୁଷ୍ଠାନ ତାଙ୍କ ପିତା ରୋଟାରିଆନ ଆଲାମ ଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରାକ୍ତନ ସମ୍ପାଦକ ରୋଟାରିଆନ ସୋମନାଥ ଅଗ୍ରୱାଲ, ରୋଟାରିଆନ ଅଜୟ ଅଗ୍ରୱାଲ ଓ ୩୨୬୧ ଜିଲ୍ଲାର ସମସ୍ତ ରୋଟାରୀ କ୍ଲବର ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ନୂତନ ଦାୟିତ୍ଵ ଗ୍ରହଣ କରିଥିବା ରୋଟାରିଆନ ଶ୍ରୀ ଋପ୍ରା ଆଗାମୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ତଥା ଅନୁଷ୍ଠାନର ଦାୟିତ୍ଵବୋଧ ଓ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶର ତଥା ବିଭିନ୍ନ ସ୍ଥାନରୁ ଆସିଥିବା ରୋଟାରିଆନ ମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ରୋଟାରିଆନ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଏକେଏସ ରୋଟାରିଆନ ଡ ପଟ୍ଟନାୟକ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଭାବି ଢଙ୍ଗରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। ରୋଟାରିଆନ ଗଣେଶ୍ୱର ପଟ୍ଟନାୟକ ଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ରୋଟାରିଆନ ରୁଚିକା ଅଗ୍ରୱାଲ ଓ ରୋଟାରିଆନ କନକଜିତ ଅଗ୍ରୱାଲ ମଞ୍ଚ ସଂଯୋଜନା କରିଥିଲେ।
