ଅଁଳାନବମୀ

ପବିତ୍ର ଅଁଳାନବମୀ ଅବସରରେ ପୁରୀଜିଲ୍ଲା ସତ୍ୟବାଦୀ ସ୍ଥିତ ସାକ୍ଷୀଗୋପିନାଥ ମନ୍ଦିରରେ ରାଧାପାଦ ଦର୍ଶନ। କିନ୍ତୁ କରୋନା କଟକଣା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମନ୍ଦିର ଚତୁଃପାର୍ଶ୍ଵ ସମେତ ଚନ୍ଦନ ପୋଖରୀ ଠାରୁ ସିଧବକୁଳ ମଠ ଯାଏଁ ୧୪୪ ଧାରା ଜାରୀ କରାଯାଇଥିବାରୁ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିଛି । ପ୍ରତିବର୍ଷ ଅଁଳାନବମୀରେ ଅବସରରେ ମା ରାଧାରାଣୀଙ୍କ ପାଦ ଦର୍ଶନ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ କରିଥାନ୍ତି ।ବର୍ଷକରେ ଗୋଟିଏ ଦିନ ରାଧାପାଦ ଦର୍ଶନ ସହ ଶ୍ରୀକୃଷ୍ଣଙ୍କ ନଟବର ବେଶଦେଖିବାକୁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥାଏ। ତେଵେ କୋଭିଡ୍ କଟକଣା ଯୋଗୁଁ ସାକ୍ଷୀଗୋପାଳ ମନ୍ଦିରରେ ଚଳିତବର୍ଷ ରାଧା ପାଦ ଦର୍ଶନ ବନ୍ଦ ରହିଛି।କେବଳ ସେବାୟତ ମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରୁଛନ୍ତି ।ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଗହଳି ଏଡାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପରି ଆସନ୍ତା ୧୫ ତାରିଖ କାର୍ତ୍ତିକ ମାସ ପଞ୍ଚକର ପ୍ରଥମ ଦିବସ ବଡ଼ ଏକାଦଶୀ ଦିନ ମଧ୍ୟ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ ମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *