ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପ୍ରଦେଶ କାର୍ଯ୍ୟାଳୟ ଉଦଘାଟିତ.

ଭୁବନେଶ୍ୱର, ତା 21/06 ଗ୍ରାହକମାନଙ୍କ କଲ୍ୟାଣ ନିମନ୍ତେ ସାରା ଦେଶରେ କାର୍ଯ୍ୟରତ ଅଗ୍ରଣୀ ସଂଗଠନ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପ୍ରଦେଶର ନୂତନ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ସ୍ଥାନୀୟ ବିଜେବି କଲେଜ ନିକଟସ୍ଥ 3ଆର 7ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଓ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସତ୍ୱନ୍ତ୍ର ଅତିଥିଭାବେ ଯୋଗଦେବା ପାଇଁ ସମ୍ମତି ଦେଇଥିଲେ, କିନ୍ତୁ କୌଣସି କାରଣ ବଶତଃ ଆସିପାରିନଥିଲେ l ଏବଂ ତା ପରେ ବିଜେପି ର ବରିଷ୍ଠ ନେତୃତ୍ୱ ତଥା ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ, ରାଜ୍ୟ ଖଦି ବୋର୍ଡ଼ ର ପୂର୍ବତନ ଉପାଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଜୟ ଓଡିଶା ପ୍ରତିଷ୍ଠାତା ରୁଦ୍ରନାରାୟଣ ସାମନ୍ତରାୟ, ସିନେ ପ୍ରଯୋଜକ ଡ଼. ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ରୋଟାରି ଡିଜି ଯଂଜ୍ଞାସିସ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଈ ସଭାମଣ୍ଡିତ କରିଥିଲେ l ସଂଗଠନର ପ୍ରଦେଶ ଅଧକ୍ଷ୍ୟ ଦୀପକ କୁମାର ମହାନ୍ତି ସଂଗଠନ ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ପୂର୍ବ ଓଡିଶା ଅଧ୍ୟକ୍ଷ ସୌମେନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ l ଏହି ଅବସରରେ ଗ୍ରାହକ ପଞ୍ଚାୟତର ପ୍ରାଣ ପ୍ରତିଷ୍ଠାତା ତଥା ସ୍ୱାଧୀନତା ସଂଗ୍ରାମୀ ବିନ୍ଦୁ ମାଧବ ଯୋଶୀ ଙ୍କ ଦ୍ୱାରା ଲିଖିତ ପୁସ୍ତକ ଗ୍ରାହକ ଦର୍ଶନକୁ ଉପସ୍ଥିତ ଅତିଥିମାନ ଉନ୍ମୋଚନ କରିଥିଲେ l

ସଭାରେ ଉପସ୍ଥିତ ଅତିଥିମାନେ ରାଜ୍ୟରେ ଗ୍ରାହକ ସଂଗଠନ, ଗ୍ରାହକ ଆନ୍ଦୋଳନ ଓ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରି ଗ୍ରାହକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟକରିବାକୁ ଉପସ୍ଥିତ ଗ୍ରାହକ ପଂଚାୟତର କାର୍ଯ୍ୟକର୍ତ୍ତା ଓ ଶୁଭେଛୁମାନଙ୍କୁ ଆହ୍ୱାନ ଦେଇଥିଲେ l ପ୍ରଦେଶ କାର୍ଯ୍ୟାଳୟରେ ଆଗାମୀ ଦିନରେ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଗ୍ରହକମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଉଦ୍ୟମ କରାଯିବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି. ଏବଂ ଏହାଦ୍ୱାରା ରାଜ୍ୟବାସୀ ବିଶେଷଭାବେ ଉପକୃତ ହେବେ l ଆଗାମୀ ଦିନରେ ଏକ ଉନ୍ନତ ମାନର ଗ୍ରାହକ ଗବେଷଣା କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ନିମନ୍ତେ ସହଯୋଗ କରିବାକୁ ଉପସ୍ଥିତ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଥିଲା l ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ ଓ ସମସ୍ତ ସଦସ୍ୟ ଉଦଘାଟନ ଉତ୍ସଵ କୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଓ ଶେଷରେ ପୂର୍ବପ୍ରାନ୍ତ ଉପାଧ୍ୟକ୍ଷ ମହେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ l

Leave a Reply

Your email address will not be published. Required fields are marked *