ଭଦ୍ରକ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ ପାଇଁ ପୁରାତନ ଛାତ୍ର ସଂସଦ ବୈଠକ।

ଭଦ୍ରକ, ୨୨/୭ – ଭଦ୍ରକ ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ର ସଂସଦ ଭବନରେ ପୁରାତନ ଛାତ୍ର ସଂସଦର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ତଥା ୨୦୨୨ ମସିହାରେ ପାଳିିତ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦେବେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକ ମହାବିଦ୍ୟାଳୟର ବିଭିନ୍ନ ଅସୁବିଧା ସୁବିଧା ସହ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପାଇଁ ଆସନ୍ତା ବର୍ଷ ଆସିବାକୁ ଥିବା ନାକ୍ କମଟି ପହଁଚିବା ପୁର୍ବରୁ ଆବଶ୍ୟକିୟ ନଥିପତ୍ର ପ୍ରସ୍ତୁତି କରି ରଖିବା ପାଇଁ ଅଧ୍ୟକ୍ଷଙ୍କୁ ଅନୁରୋଧ କରିବା ସହ ସେଥିପାଇଁ ଆବଶ୍ୟକୀୟ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସେହିପରି ୨୦୨୨ ମସିହାରେ କଲେଜ ୭୫ ବର୍ଷରେ ପଦାର୍ପଣ କରୁ ଥିବାରୁ ଏହାକୁ ସ୍ମରଣୀୟ ତଥା ଧୁମଧାମରେ ପାଳନ କରିବା ପାଇଁ ଭାରତର ମହାମହିମ ରଷ୍ଟ୍ରପତି ରାମନାଥ କୋବିଦ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଷିଲାଲ, ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରା ଯିବାକୁ ପ୍ତସ୍ତାବ ଦେଇଥିଲେ ଓ ତାହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ଏହି ହୀରକ ଜୟନ୍ତୀ ସମାରୋହ ଆସନ୍ତା ବର୍ଷ ଜୁଲାଇ ମାସ ୬,୭, ୮ ତାରିଖ ୩ଦିନ ବ୍ୟାପି ପାଳନ କରିବା ପାଇଁ ଆପାତତଃ ସ୍ତିର ହୋଇଛ । ଏହି ବୈଠକରେ କଲେଜ ଅଧ୍ୟକ୍ଷ ଡଃ ଉମାକାନ୍ତ ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ପ୍ରଫେସର ବଳରାମ ମିଶ୍ର ,ଡାକ୍ତର ଦୁର୍ଯ୍ୟୋଧନ ଦାସ , ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ , ଅଧିବକ୍ତା ନିତ୍ୟାନନ୍ଦ ଦାସ, ଅଧିବକ୍ତା ସରୋଜ ତପନ ଦାସ, ହରମୋହନ ଜେନା,ସୌରେନ୍ଦ୍ର ମହାନ୍ତି ପ୍ରମୁଖ ନିଜ ନିଜର ମତାମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରମୋଦ ରାୟ, ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର, ସଂପାଦକ ଜୀତେନ କୁମାର ପଣ୍ଡା ,ଅଧିବକ୍ତା ଗଦାଧର ବଳ , ଅଧିବକ୍ତା ସରୋଜ ଦାସ, ବିଜୟକୁମାର ସାହୁ, ଗୋବର୍ଦ୍ଧନ ସାମଲ, ସଂଗ୍ରାମ ମହାନ୍ତି,ପ୍ରଦୀପ କୁମାର ଜେନା, ବସନ୍ତ ମହାନ୍ତି, ପଙ୍କଜ କୁମାର ବଳ, ରୂପକ ରାୟ,ବୈଲୋଚନ ବେହୁରିଆ,ରାଧାରାଣି ମହାପାତ୍ର, ଗୋକୁଳାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ । ଅମରେନ୍ଦ୍ର ବିଶ୍ୱାଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହିି ବୈଠକରେ ଚାରୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *