ଆମ୍ବେଦକର ଥିଲେ ଭାରତର ରତ୍ନ।

-ବ୍ରହ୍ମପୁର – ଆମ୍ବେଦକର ଥିଲେ ଜ୍ଞାନର ଭଣ୍ଡାର।ଏକ ଆଦର୍ଶର ପ୍ରତୀକ।ଜୀବନଥିଲା ସଙ୍ଘର୍ଷର କାହାଣୀ।ଆଧୁନିକ ଭାରତର ଅନ୍ୟତମ ବିନ୍ଧାଣି।ସମସ୍ତଙ୍କୁ ସମାନ ଅଧିକାର ତାଙ୍କର ଥିଲା ଶେଷ ସ୍ୱପ୍ନ।ଜାତି ପ୍ରଥା ଓ କୁସଂସ୍କାର ବିରୁଦ୍ଧରେ ତାଙ୍କର ସଂଗ୍ରାମ ଥିଲା ଅବିସ୍ମରଣୀୟ।ଜାତି, ବର୍ଣ୍ଣ, ଭାଷା, ଧର୍ମ,ଧନୀ ଓ ଗରୀବ ନିର୍ବିଶେଷରେ ଦେଶର ପ୍ରତ୍ୟେକ ନାଗରିକର ସମାନ ଅଧିକାର ପାଇଁ ସମ୍ବିଧାନିକ ବ୍ୟବସ୍ଥା ତାଙ୍କର ଅନୁଚିନ୍ତା।ଦଳିତ ଓ ପଛୁଆ ବର୍ଗକୁ ତାଙ୍କର ନ୍ୟାୟୋଚିତ ଅଧିକାର ପ୍ରଦାନ ପାଇଁ ଶେଷ ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିଥିଲେ।ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଦେଶର ବିପନ୍ନ ସମ୍ବିଧାନ, ଗଣତନ୍ତ୍ର,

ସାମାଜିକ ନ୍ୟାୟ, ସାର୍ବଜନୀନ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ହୋଇ ପାରିବ ବୋଲି ବିଭିନ୍ନ ସଂଗଠନର ନେତୃବୃନ୍ଦ ମତ ପ୍ରକାଶ କରିଥିଲେ।ଆଜି136 ତମ ଆମ୍ବେଦକର ଜୟନ୍ତୀରେ ସିପିଏମ ପକ୍ଷରୁ ଡିପୋ ସାହିଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏକ ପଥପ୍ରାନ୍ତ ସଭା କରାଯାଇଥିଲା।ଏଥିରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବପ୍ରସାଦ ମହାପାତ୍ର, ଗୋପାଳ ପାଣିଗ୍ରାହୀ,ଗୋକୁଳ ତ୍ରିପାଠୀ, କେଶବ ଗୌଡ଼, ରାଜରାଓ, ଚିଟିବାବୁ, ହରି ନାହାକ,ଲୋକ ନାଥ ଖୁଣ୍ଟିଆ,ମଧୁ ବେହେରା, ନୀଳ ମାଧବ ରଥ, KN ସେନାପତିପ୍ରମୁଖ ବିଭିନ୍ନ ସଂଗଠନର ନେତୃବୃନ୍ଦ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *