ମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ପଣା ସଂକ୍ରାନ୍ତି ଓ କବିତା ପାଠୋତ୍ସବ
କାକଟପୁର -୧୪/୦୪- ପବିତ୍ର ହନୁମାନ ଜୟନ୍ତି, ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ କାକଟପୁର ମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ସଭା ଏବଂ କବିତା ପାଠ ଉତ୍ସବ କଲେଜ୍ ଛକ ଦିପ୍ତି କନଭେସନର ସଭା ଗୃହରେ ପାଳିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ବରିଷ୍ଠ ପ୍ରଶାସକ ପ୍ରଭାତ କୁମାର ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ,ମୁଖ୍ୟ ବକ୍ତା ମଙ୍ଗଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଧ୍ୟାପକ ସଂଗ୍ରାମ କିଶୋର ଛାଟୋଇ,

ସମ୍ମାନୀତ ଅତିଥି ବ୍ୟଙ୍ଗ କବି ସଂପଦ କୁମାର ରଥ ପ୍ରମୁଖ ଯୋଗଦେଇ ଆଜିର ଦିବସ ଉପରେ ପୌରାଣିକ, ସାମାଜିକ ତଥା ବୈଜ୍ଞାନିକ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। କବି ତ୍ରୀଲୋଚନ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ନେତା ତଥା କବି ହୃଦାନନ୍ଦ ଶାସମଲ,କବୟିତ୍ରୀ ଦିପ୍ତ କୁମାରୀ ମହାନ୍ତିଙ୍କ ସହଯୋଗ କ୍ରମେ ସଭାକୁ ସୁପରିଚାଳନା କରିଥିଲେ। ଶେଷରେ ସାହିତ୍ୟିକ ଓ କବି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।
