ଟାଟା କମ୍ପାନୀ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଯାଜପୁର ରଗଡି: କୋରେଇ ଶିକ୍ଷା ମଣ୍ଡଳ ପାଟରଙ୍ଗା ହିଙ୍ଗୁଳା ସରକାରୀ ଉପ୍ରା ବିଦ୍ୟାଳୟ ରେ ମଙ୍ଗଳବାର କଳିଙ୍ଗନଗର ସ୍ଥିତ ଟାଟା କମ୍ପାନୀ ପକ୍ଷରୁ ଶହେ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଙ୍କୁ କଲମ, ଖାତା ଓ ପେନସିଲ ପ୍ରଭୃତି ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା | ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ନାୟକ, ଶିକ୍ଷକ ଅକ୍ରୁର ଚରଣ ବେହେରା, ରଞ୍ଜନ କୁମାର ବଳ, ଅର୍ଜୁନ ଦେଓ ଓ ଶିକ୍ଷୟିତ୍ରୀ ନିରୁପମା ସ୍ୱାଇଁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଟାଟା କମ୍ପାନୀ ର ଏପରି କାର୍ଯ୍ୟ କୁ ପ୍ରଶଂସା କରିବା ସହ ଉପସ୍ଥିତ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *