କେସିୟୁଏଏ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

କଲେଜ-ୟୁନିଭରସିଟି ଆଲୁମିନି ଏସୋସିଏସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣେଶ ହୋଲ ପରିସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ବିଶ୍ୱବିଦ୍ୟାଳୟ ର କର୍ମକର୍ତ୍ତାଙ୍କ ସମେତ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାମିଲ ହୋଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇଥିଲେ। ଆଶା ହେଲଥ କ୍ଲିନିକ୍ ର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଦନ୍ତ ବିଭାଗ, ମେଡ଼ିସିନ୍ ବିଭାଗ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଉପସ୍ଥିତ ରହି ସାମିଲ ହୋଇଥିବା କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଏହି ଅବସରରେ ଖଲ୍ଲିକୋଟ କଲେଜ-ୟୁନିଭରସିଟି ଆଲୁମିନି ଏସୋସିଏସନ ତରଫରୁ ନିଜସ୍ୱ ପାଣ୍ଠି ଜରିଆରେ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ଯାହା ବିଶ୍ୱବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ। ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଦାୟିତ୍ବ ଆଶା କ୍ଲିନିକ୍ କୁ ଦିଆଯାଇଛି। ଆୟୋଜିତ ଏହି ଶିବିରରେ ସୂର୍ଯ୍ୟ ନାରାୟଣ ଧର, ଏ ନାଗେଶ୍ୱର ରାଓ, ସି. ଏଚ ଵାଲାଜୀ ପୃଷ୍ଟି, ପ୍ରତ୍ୟସ ଦାସ, ଶୁଭ୍ରାଂଶୁ ଶେଖର ତ୍ରିପାଠୀ, ଭାରତ ଗୌରବ ଦାସଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ପ୍ରମୁଖ ଅଂଶ ଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *