ପୋଷଣ ମାସ ପାଳନ

ସାଉରିଆ ସେକ୍ଟର ଅଙ୍ଗନୱାଡି ତରଫରୁ ଯୋରକଣି ପ୍ରାଥମିକ ବିଦ୍ୟାଳୟପରିସରରେ ଶୁକ୍ରବାର ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଗିଲ , ସମ୍ମାନିତ ଅତିଥିଭାବେ ଯାଞ୍ଚ କମିଟିର ସଭାପତି କୈଳାଶ ଚନ୍ଦ୍ର ପଟ୍ଟନାୟକ , ଓ୍ୱାଡ ସଭ୍ୟ /ସଭ୍ୟା ଦେବାଶିଷ ସୁନ୍ଦରାୟ, ବଦନୀ ତରାଇ ପ୍ରମୁଖ ଯୋଗ ଦେଇଥିଲେ।ସାଉରିଆ ସେକ୍ଟର ର ସୁଜନପୁର,ସାଉରିଆ,ଘନିପୁର ପଞ୍ଚାୟତର ଅଙ୍ଗନୱାଡି କର୍ମୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ପୋଷଣର ପଞ୍ଚ ସୁତ୍ର, ବର୍ଯ୍ୟବସ୍ତୁର ବ୍ୟବହାର ରେ ହାତ ତିଆରି ଖେଳଣା। ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ସୁଷୁମ ଖାଦ୍ୟ। ଉତ୍ତମ ପୋଷଣ -ସୁସ୍ଥ ଜୀବନ! ମାଣ୍ଡିଆ ଓ ଖିର ରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରାଯାଇଥିଲା। ଭଲ ପ୍ରଦର୍ଶନ କରିଥିବା ମାଆ,୨-୩ବର୍ଷ ର ଶିଶୁ, ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅଭିଯାନ ର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ପୃଷ୍ଟିହୀନତାର ମୁକାବିଲା ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା, ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଯାଉଥିବା ମା ‘ମାନଙ୍କ ମଧ୍ୟରେ ପୃଷ୍ଟିହୀନତାର ମୁକାବିଲା କରିବାକୁ ପ୍ରତିଶୃତିବଦ୍ଧ !

Leave a Reply

Your email address will not be published. Required fields are marked *