ବିଧାୟକଙ୍କ ଦ୍ବାରା ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ ବଣ୍ଟନ

ଭୁବନେଶ୍ୱର ମହାନଗର ୧୦ନଂ ୱାର୍ଡ ଜଗନ୍ନାଥ କୁଷ୍ଠ ରୋଗ କଲୋନୀ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଠାରେ ଅଙ୍ଗନବାଡ଼ି ପିଲା ମାନଙ୍କୁ ପୋଷାକ,ସ୍ବେଟର ଏବଂ ଜୋତା ବଣ୍ଟନ କରାଯାଇଛି।ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ୧୦ନଂ ୱାର୍ଡର ପୂର୍ବତନ କର୍ପୋରେଟର ଶ୍ରୀମତୀ ପ୍ରଣତି ନାୟକ, ଯୁବନେତା ଭୋଳାନାଥ ମହାରଣା,ସମାଜସେବୀ ଦାଶରଥି ନାୟକ ଅଙ୍ଗନବାଡ଼ି କର୍ମୀ ଉର୍ମିଳା ଦାଶ ସିଡିପିଓ କାମିନୀ ପ୍ରଭା ସ୍ୱାଇଁ,ଅଙ୍ଗନବାଡି ସୁପର ଭାଇଜର ବିନୋଦିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଥିଲେ।

Leave a Reply

Your email address will not be published. Required fields are marked *