ପଶୁ ବିଭାଗ ଚିର ନିଦ୍ରାରେ

ପଶୁ ବିଭାଗ ଚିର ନିଦ୍ରାରେ… ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ପଶୁସମ୍ପଦ ବିଭାଗକୁ ତାଗିଦ କରିବାର ସମୟ ଆସିଛି : ବୁଦ୍ଧିଜୀବୀବ୍ରହ୍ମପୁର ୨୨/୦୮ ପଶୁ ସମ୍ପଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ପଶୁଙ୍କୁ ଉତ୍ତମ ଚିକିତ୍ସା ମିଳିବା ତ ଦୂରର କଥା ବର୍ତ୍ତମାନ ପ୍ରଥମିକ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ନିରୀହ ପଶୁପକ୍ଷୀ। ଘଟଣାରୁ ପ୍ରକାଶ ଆଜି ଭୋରସକାଳ ସମୟରେ ବ୍ରହ୍ମପୁର ସ୍ଥିତ କୋର୍ଟପେଟା ଜଗନ୍ନାଥ ମନ୍ଦିର ସମ୍ମୁଖରେ କୈାଣସି ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଟି ଗାଈ ଗୁରୁତର ଅବସ୍ଥାରେ ପଡିରହିଥିବା ସାମ୍ୱାଦିକ ରୁପେଶ ପଣ୍ଡାଙ୍କ ନଜରକୁ ଆସିଥିଲା। ସେ ହତ୍ ବାକ୍ ହୋଇ କାଳବିଳମ୍ୱ ନକରି ଘଟଣା ସଂମ୍ପର୍କରେ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଗୋଚର କରିବା ସହ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ପଶୁ ସହାୟକ ନମ୍ୱର ୧୯୬୨କୁ ଜଣାଇଥିଲେ। କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ପଶୁ ଚିକିତ୍ସାଳୟ ଡାକ୍ତର ସୋମିକ ସ୍ୱାଇଁ କିମ୍ବା ପଶୁ ସହାୟତା ଆମ୍ବୁଲାନ୍ସ ଏବଂ (୧୯୬୨) ମଧ୍ଯ କର୍ଣ୍ଣପାତ ହୋଇନଥିଲା।

ଫଳରେ ରୁପେଶ ପଶୁପ୍ରେମୀ ତଥା ଏସ.ପି.ସି.ଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀଙ୍କୁ ଉକ୍ତ ଗାଈର ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଥିଲେ । ତୁରନ୍ତ ପଶୁପ୍ରେମୀ ଶ୍ରୀ ଚୌଧୁରୀ ପଶୁ ଚିକିତ୍ସାରେ ନିୟୋଜିତଥିବା ସ୍ଵେଚ୍ଛାସେବୀ ମନୋରଞ୍ଜନ ସାବତଙ୍କ ଯୋଗାଯୋଗ କରି ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଗାଈର ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ପଶୁ ଚିକିତ୍ସାଳୟର ଆବଶ୍ୟକତା ରହିଛି । ଅନ୍ୟଥା ଜୀବନ ପ୍ରତି ବିପଦ ଥିବା ଦେଖାଦେଇଛି। ରାସ୍ତା ମଝିରେ ପଡ଼ିଥିବା ଗୁରୁତର ଗାଈକୁ ଅଗ୍ନିବିଭାଗ ସହାୟତାରେ ରାସ୍ତା ପାର୍ଶ୍ୱକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ବୈଦ୍ୟନାଥପୁର ଥାନା ଭାରପ୍ରାପ୍ତ ଅଧିକାରୀ ସୁଚିତ୍ରା ପରିଡ଼ା, ଏସ.ଆଇ ଦୀପ୍ତି ରଞ୍ଜନ ପ୍ରଧାନ, ରଞ୍ଜିତ ମିଶ୍ର, ଅଗ୍ନିବିଭଗ କର୍ମଚାରୀ ରାଜେନ୍ଦ୍ର କହଁର, ରାଜେଶ ମଲ୍ଲିକ, ସବିର ବେହେରା, ବୈଷ୍ଣବ ଚରଣ ଭୋଇ, ସ୍ଵେଚ୍ଛାସେବୀ ଶିବ ପାଣିଗ୍ରାହୀ, ମଣ୍ଟୁ ଦାସଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *