ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣା ପାଇଁ ପ୍ରତିବାଦ ଶୋଭାଯାତ୍ରା

କଲିକତା ସହରରେ ଡାକ୍ତରୀ ଛାତ୍ରୀଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା ଘଟଣା ର ପ୍ରତିବାଦରେ ଯାଜପୁର ରୋଡ ଚୋର୍ଦା ଛକ ଠାରୁ ନହକା ଛକ ପର୍ଯ୍ୟନ୍ତ ଏକ ନିରବ ପ୍ରାର୍ଥନା ସହ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି l ବଙ୍ଗୀୟ ଓ ଓଡ଼ିଆ ମହିଳାଙ୍କ ହାତରେ ପ୍ରତିବାଦ ନାରାର ପ୍ଲା କାର୍ଡ ସହ ମୁଖରେ କମ୍ପି ଉଠିଥିଲା ପ୍ରତିବାଦ ର ନାରା l “ଅଭୟା କୁ ନ୍ୟାୟ ଦିଅ”,”ଦୋଷୀ କୁ ଫାଶୀ ଦିଅ” ନାରାରେ କମ୍ପି ଉଠିଥିଲା ବ୍ୟାସନଗର ସହର l ସମସ୍ତଙ୍କ ମୁହଁରେ ଗୋଟିଏ କଥା ଡାକ୍ତର ଅଭୟାଙ୍କୁ ନ୍ୟାୟ ଦରକାର, ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ଦେବା ଆବଶ୍ୟକ l ରାଲୀ ରେ ଭାଗ ନେଇଥିବା ସମସ୍ତ ମହିଳା ନହକା ଗୋଲେଇ ଛକ ଠାରେ ପହଂଚି କ୍ୟାଣ୍ଡେଲ ଜାଳି ଅଭୟା ର ଅମର ଆତ୍ମା ର ସଦଗଦି ନିମନ୍ତେ ପ୍ରାର୍ଥନା କରିଥିଲେ l

Leave a Reply

Your email address will not be published. Required fields are marked *