ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ମଇନ୍ଦିପୁର ସ୍ଥିତ ସେଣ୍ଟ ଯାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

Date-19/04/26 ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ମଇନ୍ଦିପୁର ସ୍ଥିତ ସେଣ୍ଟ ଯାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଦେଶକ ଶ୍ରୀ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାୟ, ସମ୍ପାଦିକା କବିତା ଦାଶ, ବିରିଡି ବ୍ଲକ ଅତିରିକ୍ତ ବ୍ଲକ ଅଧିକାରୀ ପ୍ରକାଶ ଚନ୍ଦ୍ର ଦାସ, ବିଦ୍ୟାଳୟର ଅଧ୍ୟକ୍ଷ। ସୁଲଗ୍ନା ରାଉତ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ କବିରାଜ ବିଭୁତି ଭୂଷଣ ଦାସଙ୍କ ଉଦ୍ୟମ ରେ ଦୀର୍ଘ ୧୫ ବର୍ଷ ତଳେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ଆଜିର ଦିନରେ ବିଦ୍ୟାଳୟ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ତେବେ ଅତିଥି ମାନେ ବିଦ୍ୟାଳୟର ଉତ୍ତରୋତ୍ତର ଉର୍ଣ୍ଣତି କାମନା କରିବା ସହିତ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ । ଶେଷରେ ବିଦ୍ୟାଳୟ ର୍ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

Leave a Reply

Your email address will not be published. Required fields are marked *