ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ପକ୍ଷରୁ ଅଧିବକ୍ତା ମଧ୍ୟସ୍ଥିଙ୍କର ସାକ୍ଷାତ ସଭା ଆୟୋଜିତ ।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ପକ୍ଷରୁ ଅଧିବକ୍ତା ମଧ୍ୟସ୍ଥିଙ୍କର ସାକ୍ଷାତ ସଭା ଆୟୋଜିତ ।ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ ତା ୧୮ . ୪.୨୦୨୬ ରିଖରେ ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲା ଓ ଦୌରାଜଜଙ୍କ ପ୍ରକୋଷ୍ଠରେ ଅଧିବକ୍ତା ମଧ୍ୟସ୍ଥିଙ୍କର ସାକ୍ଷାତ ସଭା ଆୟୋଜିତ ହୋଇଯାଇଅଛି । ଏହି ସାକ୍ଷାତକାର ସଭାରେ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉପସ୍ଥିତ ଥିବା ଅଧିବକ୍ତା

ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା ସମ୍ପର୍କୀୟ ବିଷୟବସ୍ତୁ ଉପରେ ଆଲୋଚନା ହେବା ସହ ବିଭିନ୍ନ କୋର୍ଟ ମାନଙ୍କ ଠାରୁ ମଧ୍ୟସ୍ଥତା ପାଇଁ ଆସିଥିବା କେସଗୁଡ଼ିକର କିପରି ସରଳ ଉପାୟରେ ସମାଧାନ କରାଯାଇପାରିବ ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମସ୍ତ ଅଧିବକ୍ତା ମଧ୍ୟସ୍ଥିମାନେ ସହଯୋଗ କରିଥିଲେ ।.
