ଭିତର ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି କି ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶରେ ବ୍ୟବହାର ହୋଇଥିବା ମହଣମହଣ ସୁବର୍ଣ୍ଣ ଅଳଙ୍କାର

– ଭିତର ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି କି ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶରେ ବ୍ୟବହାର ହୋଇଥିବା ମହଣମହଣ ସୁବର୍ଣ୍ଣ ଅଳଙ୍କାର ??? ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ସସପେନ୍ସ ହୋଇ ରହିଥିବା ବେଳେ ଏବେ ରହସ୍ୟ ବଢାଇଛି ଠାବ ହୋଇଥିବା ତିନୋଟି ପୁରୁଣା କାଠସିନ୍ଧୁକ। ଏଭଳି କିଛି ପ୍ରତିକ୍ରିୟା ରତ୍ନଭଣ୍ଡାର ହାଇଲେବୁଲ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ବଢିବାରେ ଲାଗିଛି। ପୁରାତନ ତିନୋଟି କ୍ୟାସକେଟ୍ ବା କାଠ ସିନ୍ଧୁକ ବଡବଡ ଅଳଙ୍କାର କଥା ସାମ୍ନାକୁ ଆସିବା ପରେ ଏବେ ନାନା କଳ୍ପନାଜଳ୍ପନା ଲାଗି ରହିଛି। ତେବେ ରାଜ୍ୟ ସରକାରଙ୍କ ଅତିରିକ୍ତ ଏସଓପି ଅନୁଯାୟୀ ଭିତର ରତ୍ନଭଣ୍ଡାରରେ ଥିବା ତିନୋଟି କ୍ୟାସକେଟର ମାପ ନିଆଯାଇଥିବା ବେଳେ ପରବର୍ତ୍ତୀ ମୁହୁର୍ତ୍ତରେ କାସକେଟ୍ ଭିତରେ ଥିବା ଦୁର୍ମୂଲ୍ୟ ଅଳଙ୍କାର ଗୁଡିକର ଗଣତିମଣତି ଖଟଶେଯ ଘରେ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ହାଇଲେବୁଲ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ତେବେ ପ୍ରଥମେ ଶୁଣନ୍ତୁ ଭିତର ରତ୍ନଭଣ୍ଡାରରେ ଥିବା ତିନୋଟି ପୁରାତନ କାଠ ସିନ୍ଧୁକ ବାବଦରେ ପ୍ରତିକ୍ରିୟା। ବାଇଟ୍1- ଜଷ୍ଟିସ ବିଶ୍ୱନାଥ ରଥ,,ହାଇଲେବୁଲ୍ କମିଟିର ଅଧ୍ୟକ୍ଷବାଇଟ୍2-ଅରବିନ୍ଦ ପାଢୀ,,,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଭିଓ- ଭିତର ରତ୍ନଭଣ୍ଡାରରୁ ତିନୋଟି ପୁରାତନ କାସକେଟରେ ଅଳଙ୍କାର ମିଳିବା ପରେ ଏଵେ ପୁର୍ନବାର ଚର୍ଚ୍ଚାରେ ଶ୍ରୀମନ୍ଦିର। ସହରବାସୀ, ବୁଦ୍ଧିଜୀବୀ, ସେବାୟତ, ଓ ଜଗନ୍ନାଥ ପ୍ରେମୀଙ୍କ ମହଲରେ ପ୍ରଶ୍ନ,,,ସତରେ କଣ ଠାବ ହୋଇଥିବା ତିନୋଟି କାସକେଟରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶର ଅଳଙ୍କାର ରହିଛି ??? ଯାହାକୁ ନେଇ ଉତ୍ସାହ ଯେତିକି ଉତ୍କଣ୍ଠା ବି ସେତିକି। ପୂର୍ବ କାଳରେ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ଜୟ କରି ମହଣମହଣ ସୁବର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିରକୁ ଆଣିଥିଲେ,,, ଯେଉଁ ଅଳଙ୍କାରରେ ୧୫୭୭ ମସିହାରୁ ୧୯୦୫ ମସିହା ମଧ୍ୟରେ ୯ ଥର ଦୁର୍ଲଭ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ପରଠାରୁ କୌଣସି ସରକାର ଏହି ଦୁର୍ଲଭ ରଘୁନାଥ ବେଶକୁ କରିନାହାନ୍ତି। 1905 ମସିହାରେ ଶେଷଥର ପାଇଁ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆଜିକୁ 121 ବର୍ଷ ହେବ ଶ୍ରୀମନ୍ଦିରରେ ହୋଇନାହିଁ ରଘୁନାଥ ବେଶ। ପୁଷ୍ୟା ନକ୍ଷତ୍ର ଯୁକ୍ତ ତିଥିରେ ରାମାଭିଷେକ ଦିନ ଶ୍ରୀମନ୍ଦିରରେ ରଘୁନାଥ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି | ହୀରା,,ନୀଳା,,ମୋତି,,ମାଣିକ୍ୟ,, ସୁନା ଭଳି ଦୁର୍ଲଭ ଅଳଙ୍କାରରେ ସଜେଇ ହୋଇଥାନ୍ତି ଶ୍ରୀରାମ। ରତ୍ନସିଂହାସନ ଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦରବାର ଲାଗିଥିବା ବେଳେ ରତ୍ନସିଂହାସନ ଭଳି କାଠ ନିର୍ମିତ ଆଉ ଏକ ସିଂହାସନରେ ପ୍ରଭୁ ଶ୍ରୀରାମ ଆଉ ଲକ୍ଷଣ ସୁନା ଅଳଙ୍କାରରେ ସଜେଇ ହୋଇଥାନ୍ତି। ହନୁମାନ,, ବିଭୀଷଣ,,ନଳ,,ନୀଳ,,ରାଜପରିଷଦଙ୍କ ସହ ମୁନିରୁଷି ମାନେ ରୂପା ଖଚିତ ଅଳଙ୍କାରରେ ସଜେଇ ହୋଇଥାନ୍ତି। ଏହି ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ କାଷ୍ଠ ନିର୍ମିତ ହସ୍ତ ପଦ ଯୁକ୍ତ ହୋଇଥାନ୍ତି। ବାମ ପାଦଟି ସିଂହାସନ ଉପରେ ଓ ଦକ୍ଷିଣ ପାଦଟି ତଳକୁ ଲମ୍ବି ରହିଥାଏ। ଧନୁ-ତୂଣୀର ଧାରଣ ସହ ସିଂହାସନରେ ବୀରାସନରେ ବସିଥାନ୍ତି। ଲକ୍ଷ୍ମୀ ପ୍ରତିମା ସୀତା ରୂପେ କୋଳରେ ସ୍ଥାନ ପାଇଥାନ୍ତି। ବଳଭଦ୍ର ଲକ୍ଷ୍ମଣ ରୂପେ ଧନୁପାଦ ଛନ୍ଦରେ ଦଣ୍ଡାୟମାନ ହୋଇ ହସ୍ତ ପଦ ଯୁକ୍ତ ହୋଇ ଦୁଇ ହସ୍ତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବି ଯାଇଥିବା ଛତ୍ରକୁ ଧରିଥାନ୍ତି। ତେଣୁ ସରକାର ଏହି ରଘୁନାଥ ବେଶକୁ ପୁର୍ନଜୀବିତ କରି ଭକ୍ତଙ୍କ ଉଦେଶ୍ୟରେ ଅନୁଷ୍ଠିତ କରିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ସମେତ ସେବାୟତ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।ଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ପୁରାତନ ତିନୋଟି ସିନ୍ଧୁକ ମିଳିବା ପରେ ସେଥିରେ କେଉଁ କେଉଁ ଦୁର୍ଲଭ ଅଳଙ୍କାର ଅଛି ଓ ରଘୁନାଥ ବେଶରେ ବ୍ୟବହାର ହୋଇଥିବା ଅଳଙ୍କାର ଅଛି କି ନାହିଁ ତାହା ଜଗନ୍ନାଥ ପ୍ରେମୀଙ୍କୁ ଜଣାଇବାକୁ ସରକାରଙ୍କୁ ସବୁରି ମହଲରୁ ଅନୁରୋଧ କରାଯାଇଛି l

Leave a Reply

Your email address will not be published. Required fields are marked *