ବାଲୁଗାଁ ବନାଞ୍ଚଳ ରେଞ୍ଜ ଜବତ କରିଛି ଚୋରା କାଠ ଓ ତିନି ଗିରଫ !

ବାଲୁଗାଁ ବନାଞ୍ଚଳ ରେଞ୍ଜ ଜବତ କରିଛି ଚୋରା କାଠ ଓ ତିନି ଗିରଫ ! ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ବରବରା ଗ୍ରାମ ଠାରୁ ଗତ ରାତ୍ରୀରେ ଚୋରା କାଠ ସହିତ ଗୋଟିଏ ଟାଟା ଏସିଇ ଗାଡ଼ି ଜବତ ହୋଇଥିବା ବେଳେ ତିନି ଜଣକୁ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଓ କର୍ମଚାରୀ ମାନେ ଗିରଫ କରି ଛନ୍ତି। ଶ୍ରୀ ମହାନ୍ତିଙ୍କ ଠାରୁ ପ୍ରକାଶ ଯେ ଗତକାଲି ୦୮ ତାରିଖ ରବିବାର ରାତ୍ରୀ ୦୮ ଘଟିକା ସମୟରେ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଦେଖିବାକୁ ପାଇଲେକି ଓଡ଼ି୦୭ଏଏ୮୮୫୪ ନମ୍ବର ବିଶିଷ୍ଟ ଏକ ଟାଟା ଏସିଇ ଗାଡ଼ିରେ ମୂଲ୍ୟ ବାନ ଶାଗୁଆନି କାଠ ଚୋରା ଚାଲାଣ ହେଉଅଛି l ତୁରନ୍ତ ଯାଇ ପେଟ୍ରୋଲିଙ୍ଗ ଟିମ କାଠ ମାଫିଆଙ୍କୁ ମାଡି ବସିଥିଲେ l

ସେମାନେ ହେଲେ ବିଷ୍ଣୁ ସ୍ୱାଇଁ ପି. ବାସୁଦେବ ସ୍ୱାଇଁ ବୟସ ୨୪ବର୍ଷ, ରାଜୀବ କୁମାର ସ୍ବାଇଁ ପି. ଭଗବାନ ସ୍ବାଇଁ ବୟସ ୩୩ବର୍ଷ ଉଭୟ ଗ୍ରାମ. କୁମାରୀପାରି, ଥାନା. ବେଗୁନିଆପଡ଼ା,ଜି.ଗଞ୍ଜାମ ଓ ସାଗର ଶବର ପି. ନାଗେୟା ଶବର, ଗ୍ରା.ମନ୍ଦାର,ଥାନା.ବାଣପୁର , ଜି. ଖୋର୍ଦ୍ଧା । ସମସ୍ତ ଚୋରା କାଠ ସହିତ ବ୍ୟବହୃତ ଗାଡ଼ିକୁ ଜବତ କରାଯାଇଥିବା ବେଳେ ଉପରୋକ୍ତ ତିନି ଅପରାଧୀଙ୍କୁ ଗିରଫ କରି କୋଟ ଚାଲାଣ କରିଛନ୍ତି ବନାଞ୍ଚଳ ଅଧିକାରୀ ।

Leave a Reply

Your email address will not be published. Required fields are marked *