ଜାତୀୟ ପତାକା ତ୍ରିରଙ୍ଗା କୁ ଅସମ୍ମାନିତ କଲେ ଆଶା ଦିଦି

ପୁଣି ଥରେ ଜାତୀୟ ପତାକା କୁ ଅସମ୍ମାନିତ କଲେ ଜଣେ ଆଶା କର୍ମୀ l ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଠାରେ ସବୁ ଧର୍ମକୁ ସମାନ ସନ୍ନମାନ ମିଳିଥାଏ l ମହାତ୍ମାଗାନ୍ଧୀ ଙ୍କ ବିଚାରରେ ତ୍ରିରଙ୍ଗା ଏକ ଧର୍ମ ନିରପକ୍ଷ ରାଷ୍ଟ୍ର ଅଛି ଯାହାକି ତ୍ରିରଙ୍ଗାରେ ଥିବା ନାରଙ୍ଗୀ ରଙ୍ଗ ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମକୁ ଦର୍ଶାଇବା ସହ ଧଳା ରଙ୍ଗ ଈସାଇ ଧର୍ମ କୁ ଏବଂ ସବୁଜ ରଙ୍ଗ ଇସଲାମ ଧର୍ମକୁ ବୁଝାଇଥାଏ l ଛୋଟ ପିଲାଠୁ ବୟସ୍କ ପ୍ରଯ୍ୟନ୍ତ ସମସ୍ତେ ସାଧାରଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସ ରେ ତ୍ରିରଙ୍ଗା ପତାକା କୁ ସନ୍ନମାନ କରନ୍ତି କିନ୍ତୁ ଏମିତି ଏକ ଘଟଣା ଘଟିଛି ବାଲିଆପାଳ ବ୍ଲକ ବୋଳଙ୍ଗ ଗ୍ରାମ ପଞ୍ଚାୟତ ବୋଳଙ୍ଗ ଗ୍ରାମରେ ଚାଷ ଜମିରେ ଅର୍ଥାତ ଧାନ ତଳିରେ ପାରା ଘୁଡ଼ାଇବା ପାଇଁ ବ୍ୟବହାର କରାଯାଇଛି l ବୋଳଙ୍ଗ ଗ୍ରାମର ଆଶା କର୍ମୀ ପ୍ରତିଭା ହଟାଇ (ସ୍ୱାମୀ ଲଷ୍ମୀଧର ମହାନ୍ତି) ନିଜେ ନିଜ ଚାଷ ଜମିରେ ଲଗାଉଥିବା ସମୟରେ ଦଶବର୍ଷ ର ଛୋଟ ପିଲାଟି କହୁଛି ଆମ ପତାକା ଆମେ ଅଗଷ୍ଟ 15 ତାରିଖ ଦିନ ସ୍କୁଲରେ ଲଗାଉ ତୁମେ ବିଲରେ ଲଗାଉଛ ଏହି କଥାଟି ଶୁଣିବାପରେ ଆଶା ମାଡାମ ରାଗିଯାଇ ପିଲାଟିକୁ ଛୁଟ ଜାତି କହି ଗାଳିଗୁଲଜ କରିବା ସହିତ ପିଟା ମୋରା କରିଛନ୍ତି ଆଶା, ଏମିତି ଏକ ଆଶା ପ୍ରସ୍ତୁତି ମହିଳା ମାନଙ୍କ ପାଖରୁ ହଜାର ହଜାର ଟଙ୍କା ନେଉଥିବା ଅଭିଯୋଗ ରହିଛି, ଯେଉଁମାନେ ପଇସା ଦେବେନାହିଁ ତାର ପିଲାକୁ ଟିକା ଦେବେନାହିଁ l ଆମେ ଆଶା କର୍ମୀ ଙ୍କ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ସେ ତାଙ୍କ ଫୋନ ଅନ୍ୟ ଜଣକୁ ଦେଇଦେଉଛନ୍ତି,କହୁଛନ୍ତି ମୁଁ ଏବେ ବାଲିଆପାଳ ରେ, ହସ୍ପିଟାଲରେ ଏମିତି କହି ଲୋଚକାଳି ଖେଳୁଛନ୍ତି l ଏଠାରେ ସ୍ପଷ୍ଟ ବାରିହେଉଛି କଥାଟିକୁ ଲୋଚିବାକୁ ଚାହୁଁଛନ୍ତି ଆଶା କର୍ମୀ l ଏମିତି ଏକ ଘଟଣାକୁ ରାଜନୀତି ଚାପରେ ରାଜନେତା ମାନେ ଚାପିଦେବାକୁ ଚାହୁଁଥିଲେ କିନ୍ତୁ ଗ୍ରାମର କିଛି ବ୍ୟକ୍ତି ତ୍ରିରଙ୍ଗା ପତାକା କୁ ଅପମାନିତ କରିଥିବାରୁ ଆଶା କର୍ମୀ ପ୍ରତିଭା ହଟାଇ କୁ ଆଇନ ଅନୁଯାଇ ଦଣ୍ଡ ଦେବାକୁ ଦାବି କରିଛନ୍ତି l ଦେଖିବାକୁ ବାକି ରହିଲା ନିୟୁଜ ପ୍ରସାରଣ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି l

ବସ୍ତା – ବିଷ୍ଣୁପଦ ପତି(reporter)

Leave a Reply

Your email address will not be published. Required fields are marked *