ଶ୍ରୀମନ୍ଦିର ଯାଞ୍ଚ କରିବ ASI ବୈଷୟିକ କମିଟି
ASI WORKଶ୍ରୀମନ୍ଦିର ଯାଞ୍ଚ କରିବ ASIର ବୈଷୟିକ କମିଟି। ଶ୍ରୀମନ୍ଦିର ବୈଷୟିକ କମିଟିର ସଦସ୍ୟ ମାନେ ମିଶି ଯୁଗ୍ମ ଯାଞ୍ଚ କରିବେ । ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭ ଗୃହ,କାନ୍ଥ, ରତ୍ନ ବେଦୀ ସହ ବିଭିନ୍ନ ମନ୍ଦିର ଗୁଡିକର ମଧ୍ୟ ଯାଞ୍ଚ କରାଯାଇଥାଏ । ଏହାସହ ଶ୍ରୀମନ୍ଦିର ଗର୍ଭଗୃହର କାନ୍ଥର କଳା ଆସ୍ତରଣର କେମିକାଲ ୱାସ ସହ କୀର୍ତ୍ତିରାଜିର ସୁରକ୍ଷା ଯାଞ୍ଚ କରାଯିବ । ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଥିବାବେଳେ ଏହି ଯାଞ୍ଚ କରିବ ASI l ଶ୍ରୀମନ୍ଦିର ରକ୍ଷଣାବେକ୍ଷଣା ଦାୟିତ୍ୱ ଏଏସଆଇର ହୋଇଥିବା ବେଳେ ଏହା ଏଏସଆଇର ପ୍ରତିବର୍ଷ ନିୟମିତ ଯାଞ୍ଚ ଅଟେ। ଯାଞ୍ଚ ଶେଷ ହେବା ପରେ ଏଏସ୍ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ବୈଷୟିକ ଯାଞ୍ଚ ରିପୋର୍ଟକୁ ଆଧାର କରି ମନ୍ଦିରର ସଂରକ୍ଷଣ, ମରାମତି ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରାଯିବ । ଶ୍ରୀମନ୍ଦିରର ଐତିହ୍ୟ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ବୈଷୟିକ ଯାଞ୍ଚ କରାଯାଉଥିବାବେଳେ, ଏହାର ରିପୋର୍ଟ ଆଧାରରେ ଭବିଷ୍ୟତର ସଂରକ୍ଷଣ କାର୍ଯ୍ୟ ନିର୍ଦ୍ଧାରଣ ହେବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଆଗକୁ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ ଓ ରାମ୍ପ ବ୍ୟବସ୍ଥା ହେବାକୁ ଥିବାରୁ ଏହା ଉପରେ ମଧ୍ୟ କମିଟି ଅନୁଧ୍ୟାନ କରିବ।ବାଇଟ୍1- ଅମିତ ଦାସ ମହାପାତ୍ର,,, ସେବାୟତ,,,,ବାଇଟ୍2- କୀର୍ତ୍ତୀ ଦାସ ମହାପାତ୍ର,, ସେବାୟତ,,,,
