ଆସିକା ଉପ-କାରାଗାରରେ ରାଜଯୋଗ ଶିବିର ଆୟୋଜିତ

:ଆସିକା ଉପ-କାରାଗାରରେ ଅଧ୍ୟକ୍ଷ ସୁପକ କୁମାର ନାୟକଙ୍କ ସଂଯୋଜନାରେ କାରାଗାର ଅନ୍ତେବାସୀଙ୍କ ଉଦ୍ଦେଶ୍ଯରେ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l

ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଉପ-କାରାଗାରରେ ଅନ୍ତେବାସୀ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ସହଜ ରାଜଯୋଗ ଆଧାରରେ ମନୋବୃତ୍ତି କୁ ପରିବର୍ତ୍ତନ କରି ସର୍ବଦା ସକାରାତ୍ମକ ଚିନ୍ତନରେ ରହି ସମସ୍ତ ପରିସ୍ଥିତିରେ ଆଗକୁ ବଢିବା ପାଇଁ ସାମ୍ପ୍ରତିକ ସମାଜରେ ରାଜଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ରାଜଯୋଗ ଅଭ୍ୟାସ କରାଇଥିଲେ lକାର୍ଯ୍ୟକ୍ରମର ପରିଚାଳନାରେ ସବ-ଆସିଷ୍ଟାଣ୍ଟ ଜେଲର ହରି କୃଷ୍ଣ ବେହେରା , ସବ-ଆସିଷ୍ଟାଣ୍ଟ ଜେଲର ଅନ୍ତର୍ଯ୍ୟାମୀ ପ୍ରଧାନ , ଫାର୍ମାସିଷ୍ଟ ଉମାକାନ୍ତ ସାହୁ ସାହୁ,ୱାର୍ଡର ସୀମାଞ୍ଚଳ ବେହେରା,ହରି ହର ବେହେରା, ରମେଶ ଚନ୍ଦ୍ର ନାୟକ, ବିରଞ୍ଚି ନାରାୟଣ ସାହୁ,ବିଜୟା ନନ୍ଦ ରାଉତ, ରାଜେଶ କୁମାର ସାହୁ ଓ ସୁବାଷ୍ ଡାକୁଆ, ତିଳୋତ୍ତମା କହଁର, ମଞ୍ଜୁବାଳl ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଭାଗ୍ୟଲତା ବ୍ରହ୍ମାକୁମାର ରାମେଶ୍ଵର, ସତ୍ୟପ୍ରିୟ,ଲଡୁ କିଶୋର, ବୁଲୁ ଓ ରାଧାଶ୍ୟାମ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *