କୋରେଇରେ ବାଇକ୍ ରାଲିରେ ଶକ୍ତି ପ୍ରଦର୍ଶନ କଲେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ
**କୋରେଇ ବିଧାନସଭା ନିର୍ବାଚନ କ୍ଷେତ୍ରର ତଳଗଡ଼ ପଂଚାୟତର ନୂଆଗଡ଼ ମଙ୍ଗଳା ମନ୍ଦରି ରେ ଦର୍ଶନ କରି ଦଳିୟ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ବିଶାଳ ବାଇକ୍ ଶୋଭାଯାତ୍ରାରେ ବଜେପି ପ୍ରାର୍ଥି ଶ୍ରୀ ଆକାଶ ଦାସନାୟକ ଆଜି ବାହାରି ତଳଗଡ଼ ପଂଚାୟତ ର ବିଭିନ୍ନ ଗାଁ ଗାଁରେ ପଦ୍ମ ଚିହ୍ନରେ ଭୋଟ୍ ଦେବା ପାଇଁ ଜନସାଧାଣଙ୍କୁ ନିବେଦନ କରିଥିଲେ l ଗାଁର ପ୍ରତି ସାହିରେ ବରିଷ୍ଠ ନାଗରିକ, ମହିଳା ଓ ଯୁବକମାନେ ଆକାଶଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ବିଜୟୀ ଆଶ୍ରୀର୍ବାଦ ପ୍ରଦାନ କରିଥିଲେ l ଆଗାମୀ ଜୁନ ୧ ତାରିଖ ଦିନ ନିର୍ବାଚନରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ କୋରେଇବାସୀଙ୍କୁ ଅନୁରୋଧ କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଦାସନାୟକ l
