କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ

କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ର “କାର୍ତ୍ତିକ ବ୍ରତ ଓ ଜଗନ୍ନାଥ ଉପାସନା” ଶୀର୍ଷକ ଆଲୋଚନା ଚକ୍ର ଆଜି ଅପରାହ୍ନ ରେ କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଜଗନ୍ନାଥ ବଲ୍ଲଭ, ପୁରୀ ଠାରେ “କାର୍ତ୍ତିକ ବ୍ରତ ଓ ଶ୍ରୀଜଗନ୍ନାଥ “ଶୀର୍ଷକ ଆଲୋଚନା ଚକ୍ର ଅଧ୍ୟାପକ ଡ଼. ବଳରାମ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସେ କହିଲେ,କାର୍ତ୍ତିକମାସ ଭଗବାନ ବିଷ୍ଣୁଙ୍କର ପବିତ୍ର ଓ ପୁଣ୍ୟ ମାସ l ଶ୍ରୀକ୍ଷେତ୍ରରେ ବ୍ରତlଚାରୀ ମାନେ ଜଗନ୍ନାଥଙ୍କୁ ଉପାସନା କରି ରାଧା ଦାମୋଦର ବ୍ରତ ଓ ଲଷ୍ମୀ ନାରାୟଣ ପଞ୍ଚକ ବ୍ରତ ପାଳନ କରି ପୁଣ୍ୟ ଅର୍ଜନ କରିଥାନ୍ତି l ସମ୍ମାନିତ ଅତିଥି ରୂପେ ଗବେଷକ ନାରାୟଣ ନନ୍ଦ ଯୋଗ ଦେଇ କାର୍ତ୍ତିକ ମାହାତ୍ମ୍ୟ ଓ ଉପାସନା ସମ୍ପର୍କରେ ଆଲୋକପlତ କରିଥଲେ l ସମ୍ପାଦକ ଅଧ୍ୟାପକ ଦୟାନିଧିପଣ୍ଡା କାର୍ତ୍ତିକ ରେ ହବିଷlନ୍ନ ଭୋଜନ,ବ୍ରତ, ମହାପ୍ରସାଦ ସେବନ,ଆକାଶ ଦୀପ ଓ ତୁଳସୀ ପୂଜନର ବ୍ୟାଖ୍ୟା କରିଥିଲେl ଆଲୋଚନା ଚକ୍ରରେ ଅଶୋକ କୁମାର ଆଢ୍ୟ, ନବ କିଶୋର ମହାପାତ୍ର, ବାସୁଦେବସାହୁ,ଝରଣା ସାହୁ, ସୁନୀଲ କୁମାର ସାହୁ,ଗଣେଷ ମଲ୍ଲିକ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରମୁଖ ଅଂଶଗ୍ରହଣ କରିଥିଲେ l ପୂର୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *