ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ
କ୍ଷୟକ୍ଷତି ଆକଳନରେ ନିରପେକ୍ଷତା ପାଇଁ ନିର୍ଦ୍ଦେଶ । ଜଳବନ୍ଦୀ ଓ ଆଶ୍ରୟ ସ୍ଥଳୀରେ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରଦାନ ଜାରି ।ବିଦ୍ୟୁତ୍ ଓ ଜଳଯୋଗାଣ ପାଇଁ ଅଳ୍ପ କେତୋଟି ପଞ୍ଚାୟତ ବାଳି । ବାତ୍ୟା ‘ଦାନା’ ଯୋଗୁଁ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲାର କ୍ଷୟକ୍ଷତି ଆକଳନ ତଥା ବାତ୍ୟା ପରବର୍ତ୍ତୀ ବର୍ଷା ଦ୍ବାରା ସୃଷ୍ଟ ଜଳମଗ୍ନ ଓ ବନ୍ୟା ଜନିତ ପରିସ୍ଥିତି ର ସୁଧାର ପାଇଁ ପ୍ରଶାସନିକ ପରିପ୍ପଳନାକୁ ସମୀକ୍ଷା କରିଛରି ଉଚ୍ଚଶିକ୍ଷା, ଯୁବ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଜିଲ୍ଲାପାଳ ଦିଲୀପ ରାଉତରାଏ, ବାତ୍ୟା ପାଇଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ଇପିକଲର ପରିଚଳନା ନିର୍ଦ୍ଦେଶକ ଆଲ.ଏ.ଏସ୍. ଅଧିକାରୀ ଭୂପିନ୍ଦର ସିଂ ପୁନିଆ, ପ୍ରମୁଖ ମଧ୍ଯ ଏହି ସମୀକ୍ଷାରେ ଉପସ୍ଥିତ ରହି ମତାମତ ରଖୁଥୁଲେ । କ୍ଷୟକ୍ଷତି ଆକଳନରେ କୌଣସି ଜାତି, ଧର୍ମ, ବର୍ଣ୍ଣ, ଦଳକୁ ଗୁରୁତ୍ୱ ନ ଦେଇ ଗରିବ ଓ ପାଡ଼ିତଙ୍କ ପ୍ରତିନ୍ୟାୟ ପ୍ରଦାନ ଦିଗରେ ଯନ୍ବାନ୍ ହେବାକୁ ସଂପୃକ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଆବଶ୍ୟକ ମତେ ଆଶ୍ରୟ ସ୍ଥଳୀରେ ରହିଥିବା ଲୋକ ଏବଂ ବାତ୍ୟା ପରବର୍ତ୍ତୀ ବର୍ଷାଦ୍ଵାରା ସୃଷ୍ଟ ଜଳମଗ୍ନ ବା ବନ୍ୟା ଯୋଗୁଁ ଜଳବନ୍ଦୀ ଥିବା ଅଞ୍ଚଳର ଲୋକଙ୍କୁ ଶୁଖୁଲା ଓ ରନ୍ଧାଖାଦ୍ୟ ପ୍ରଦାନଳାରି ରଖୁବାକୁ ବି.ଡ଼ି.ଓ. ଓ ତହସିଲଦାର ମାନଙ୍କୁ କୁହାଯାଇଛି । ସୂଚନା ଯୋଗ୍ୟକି ୨୭ ତାରିଖ ରବିବାର ସୁଦ୍ଧା ଆଶ୍ରୟ ସ୍ଥଳୀରେ ସମୁଦାୟ ୨୫,୭୦୯ ଜଣ ଲୋକ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରି ରହିଥିବା ବର୍ଷା ଯୋଗୁଁ ସମ୍ଭାବ୍ୟ ଜଳମଗ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଶୂନ ମୃତ୍ୟୁ ଆଭିମୁଖ୍ୟରେ ବିପଦ ସଙ୍କୁଳ ଓ କୠ ଘରେ ରହୁଥିବା ଲୋକମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବାତ୍ୟା ପୂର୍ବ ଓ ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନ ସହିତ ସମସ୍ତଙ୍କ ସହଯୋଗରେ ସଫଳ ମୁକାବିଲା ହୋଇଥିବା, କୌଣସି ଧନଳୀବନ ହାନି ନ ହୋଇଥିବା ନେଇ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ୭୦ ହଜାର ହେକ୍ଟରରୁ ଅଧିକ ଋଷଳମି ପ୍ରଭାବିତ ହୋଇଥିବା ସୂଚନା ଦେଇଥିଲେ । ଜିଲ୍ଲାର ୨୧୮ ଟି ପଞ୍ଚାୟତକୁ ରାସ୍ତା ପରିଷ୍କାର ହୋଇଥିବା ୧୯୧ ଟି ଜି.ପି. ବିଦ୍ୟୁତ କ୍ଷତି ଜନିତ ପୁନଃ ଉଦ୍ଧାର, ୨୧୨ ଟି ଜି.ପି.କୁ ପାନୀୟ ଜଳ ପୂର୍ବବତ୍ ଯୋଗାଣ କରାଯାଉଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି । ସାମୂହିକ ବା ବ୍ୟକ୍ତିଗତ କ୍ଷୟକ୍ଷତି ଆକଳନ ତ୍ବରିତ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ସାଳନ୍ଦୀ, ନାଳିଆ, ଯଅ, ରେବ, କପାଳି ନଦୀରେ ପାଣି ଆସିବା ଯୋଗୁଁ ଧାମନଗର, ତିହିଡ଼ି, ଭଣ୍ଡାରିପୋଖରୀ, ଭଦ୍ରକ ବ୍ଲକର ଅନେକ ଅଞ୍ଚଳ ବୁଡ଼ି ପ୍ରଭାବିତ ହୋଇଥିବାରୁ ସରକାରୀ ସାହାଯ୍ୟ ପ୍ରଦାନ ଅବ୍ୟାହତ ରହିଛି । ପ୍ରଭାବିତ ପ୍ରାଣୀ ସମ୍ପଦ ପାଇଁ ଆଗୁଆ ପ୍ରତି ପଞ୍ଚାୟତକୁ ଗୋଖାଦ୍ୟ ପ୍ରେରଣ କରାଯାଇଥିବା ଓ ବର୍ତ୍ତମାନ ମଧ୍ଯ ତ୍ବରିତ୍ ଯୋଗାଇବା ପାଇଁ ପଦକ୍ଷେପ ପାଇଁ ନିର୍ଦ୍ଦେଶ ପ୍ରଦାନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନ ବି ବିପଦ ଟଳିନାହିଁ । ଶେଷ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ ସହ ମୁକାବିଲାରେ ସଫଳତା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ବନ୍ୟା ଓ ଜଳମଗ୍ନ ଅଞ୍ଚଳରେ, ପାଣିରେ ବୁଡ଼ିଥିବା ପୋଲ ଉପରେ ପିଲା, ବୃଦ୍ଧ ବା ଅନ୍ୟ କେହି ବୁଲାବୁଲି କି ପାଣିସହ ଖେଳିବା, ଅସାବଧାନତା ଅବଲମ୍ବନ କରିବାକୁ ସଚେତନ କରାଇବା ଦିଗରେ ମଧ୍ୟ ସେ ପ୍ରାଧାନ୍ୟ ଦେଇଥିଲେ । କାରଣ ଶୂନ ମୃତ୍ୟୁ ଆଭିମୁଖ୍ୟ ହାସଲ ପାଇଁ ଏବେ ବି ଆମ ସମସ୍ତଙ୍କ ଉପରେ ଦାୟିତ୍ଵ ଅଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ | ବାତ୍ୟା ସମୟରେ ଭ୍ରାମ୍ୟମାଣ ଚିକିତ୍ସା ପ୍ରଦାନ ପାଇଁ ୨୫ ଟି ମେଡ଼ିକାଲଟିମ୍ ଓ ୭ଟି ପ୍ରାଣୀଚିକିତ୍ସା ଟିମ୍ ମୂତୟନ କରାଯାଇଥିଲା । କୁମ୍ ଜରିଆରେ ଅନୁଷ୍ଠିତ ଏହି ବୈଠକ ସହ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଡ଼ି ହୋଇ ଆଲୋଚନାରେ ମତାମତ ରଖିଥିଲେ । ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଉପଜିଲ୍ଲାପାଳ ଝାରସୁଗୁଡ଼ା ସବ୍ୟସାଚୀ ପଣ୍ଡା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତନ୍ମିତା କର ପ୍ରମୁଖ ଧ୍ୱସ୍ୱାନ୍ ହଲ୍ରେ ଉପସ୍ଥିତ ଥିଲେ ।
